Advertisement
Categories: ଜାତୀୟ

ଘର ଘର ବୁଲି ପ୍ରଚାରରେ ବଢ଼ିଲା ଭିଡ଼, ପ୍ରଚାର ବନ୍ଦ…

ଲକ୍ଷ୍ନୌ, ୨୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘର ଘର ବୁଲି ପ୍ରଚାର କରୁଥିଲେ। ତେବେ ପ୍ରଚାରର ଭିଡ଼ ବଢ଼ିବାରୁ ଅଧାରୁ ଏହାକୁ ବନ୍ଦ କରି ଦିଆଯାଇଛି। ସହାରନ୍‌ପୁରର ଦେଓବନ୍ଦଠାରେ ଘର ଘର ବୁଲି ଶାହା ପ୍ରଚାର ସହିତ ଜନସମ୍ପର୍କ ଅଭିଯାନ ଜାରି ରଖିଥିଲେ।

ମାତ୍ର ରାଜନେତାଙ୍କୁ ଦେଖିବା ପାଇଁ ଧୀରେଧୀରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। ଭିଡ଼ ଯୋଗୁ ଜାରି ହୋଇଥିବା କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ ହେବାର ଆଶଙ୍କା ରହିଥିଲା। ତେଣୁ ଜନସମ୍ପର୍କ ଅଭିଯାନକୁ ଅଧାରେ ଶେଷ କରିବାକୁ ପଡ଼ିଥିବା ଭାଜପା କର୍ତ୍ତୃପକ୍ଷ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share