ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର କରିବା ସହ ଭୋଟ୍‌ ଭିକ୍ଷା କରୁଛନ୍ତି। ଘରକୁ ଘର ଯାଇ ଭୋଟରମାନଙ୍କୁ ଭାଜପା ପୁସିଂ କାର୍ଡ ଦେଇ ଉଭୟ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେବାକୁ କହୁଛନ୍ତି। ଭାଜପା ତରଫରୁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବହୁ ସଂଖ୍ୟାରେ ଗ୍ରୁପ କରାଯାଇଛି। ଗ୍ରୁପଗୁଡିକ ବିଭିନ୍ନ ଅଞ୍ଚଳରେ ପୃଥକ୍‌ ପୃଥକ୍‌ ଭାବେ ଲୋକଙ୍କ ଘରକୁ ଯାଇ ଭୋଟ୍‌ ଭିକ୍ଷା କରୁଥିବା ଜଣାପଡ଼ିଛି l ଚିନ୍ମୟ ସେଠୀ, ଦେବାଶିଷ ବେହେରା, ପ୍ରମିଳା ନାଇକ, ତାରାମଣି ତରେଇ ପ୍ରମୁଖ ଶାଳନିଆ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ କଥା କହିବା ସହ ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଏବଂ ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେଇ ବିଜୟୀ କରାଇବାକୁ ଅନୁରୋଧ କରୁଛନ୍ତି।