ଗଞ୍ଜାମ ବ୍ଲକରେ ଡୋର୍‌ ଟୁ ଡୋର୍‌ ହେଲ୍‌ଥ ସ୍କାନିଂ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାରେ ଅତିରିକ୍ତ ଆଇଏଏସ୍‌ ଓ ଓଏଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। କରୋନା ମୁକ୍ତ ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତଙ୍କ ହେଲ୍‌ଥ ସ୍କାନିଂ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ଫଳରେ ବୁଧବାରଠାରୁ ଗଞ୍ଜାମ ବ୍ଲକରେ ଡୋର୍‌ ଟୁ ଡୋର ହେଲ୍‌ଥ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଗଞ୍ଜାମ ଏନ୍‌ଏସିରେ ଦୁଇଟି ମେଡିକାଲ ଟିମ୍‌ ଘର ଘର ବୁଲି ହେଲଥ ସ୍କାନିଂ କରିଛନ୍ତି। ଏହି ରିପୋର୍ଟ ଜିଲା କାର୍ଯ୍ୟାଳୟକୁ ପଠାଯିବ ବୋଲି ମେଡିକାଲ ଟିମ୍‌ ପକ୍ଷରୁ କୁହାଯାଇଛି l ସପ୍ତାହକ ମଧ୍ୟରେ ସମସ୍ତ ୧୨ଟି ୱାର୍ଡ ଲୋକଙ୍କ ଏହି ସ୍କାନିଂ କରାଯିବାନେଇ ଲକ୍ଷ୍ୟ ରଖାଯାଇଛି l