ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ନିବେଦନ କରାଯାଇ ନାହିଁ।
ଟିକା କେବଳ ବୟସ୍କମାନଙ୍କ ପାଇଁ। ଏହା ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପତିକ୍ରିୟା ଦେଖାଦେଇପାରେ। ଏଥି ଲାଗି ଟିକା ନେବା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୦ ମିନିଟ୍ ଡାକ୍ତରଙ୍କ ତଦାରଖରେ ରଖାଯାଉଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।
କୌଣସି ରାଜ୍ୟରେ ଘରକୁ ଘର ବୁଲି ଟିକା ଦାନ ପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ। ଏଥିଲାଗି ମହାରାଷ୍ଟ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ବ୍ରିହାନମୁମ୍ବାଇ କର୍ପୋରେଶନ ମୁଖ୍ୟ ଇକବାଲ ଚହଲ। ୧୦ ଦିନ ତଳେ କେନ୍ଦ୍ରୀୟ ଦଳ ଏଠାକୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ। ମୁଁ ସେମାନଙ୍କ ନିକଟରେ ଅନୁରୋଧ କରିଥିଲି। ଘରକୁ ଘର ଯାଇ ଟିକା ଦାନ ବ୍ୟବସ୍ଥା ଦ୍ୱାରା ବୃହତ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଇକବାଲ କହିଛନ୍ତି।