Categories: ଜାତୀୟ

‘ଡୋର୍‌ ଟୁ ଡୋର୍‌’ ଟିକାକରଣ ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୯: କୋଭିଡ ଟିକାକରଣର ‘ଡୋର୍‌ ଟୁ ଡୋର୍‌’ ମାମଲା ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଦେଶରେ ଟିକାକରଣ ସୁରୁଖୁରୁରେ ଚାଲିଛି। ୬୦ ପ୍ରତିଶତ ଲୋକ ଅତି କମରେ ଗୋଟିଏ ଟିକା ପାଇଛନ୍ତି। ତେଣୁ ‘ଡୋର୍‌ ଟୁ ଡୋର୍‌’ ଟିକାକରଣ ସମ୍ଭବ ନୁହେଁ। ଅଲଗା ଆଦେଶର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି।
ଏଥି ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରୋନା କାରଣରୁ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି ବିଚାର କରି କ୍ଷତିପୂରଣ ଦାବି ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବହୁ ସଂଖ୍ୟାରେ ମୃତ୍ୟୁ ହୋଇଛି। ଏହା ଦୁର୍ଭାଗ୍ୟଜନକ। କିନ୍ତୁ ଏହା କୁହାଯାଇପାରିବ ନାହିଁ ଯେ ପ୍ରତ୍ୟେକ ମୃତ୍ୟୁ ଚିକିତ୍ସା ଅବହେଳାର କାରଣ ନୁହେଁ ବୋଲି କୋର୍ଟ କହିଛନ୍ତି।

Share