Advertisement

ଷ୍ଟିପଲଚେଜ୍‌ ବିଶ୍ୱ ଚାମ୍ପିୟନ ଜେରୁଟୋ ବାସନ୍ଦ

ମୋନାକୋ,୮ା୪(ପି.ଟି.): ଷ୍ଟିପଲଚେଜ୍‌ରେ ବିଶ୍ୱ ଚାମ୍ପିୟନ କେନିଆ ଜନ୍ମିତ ନୋରା ଜେରୁଟୋଙ୍କୁ ଡୋପିଂ ଅଭିଯୋଗରେ ବାସନ୍ଦ କରାଯାଇଛି। କାଜାଖସ୍ତାନର ପ୍ରତିନିଧିତ୍ୱ କରୁଥିବା ନୋରା ଗତ ବର୍ଷ ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶୁକ୍ରବାର ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିବା ନେଇ ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ(ଏଆଇୟୁ) ପକ୍ଷରୁ କୁହାଯାଇଛି। ୨୭ ବର୍ଷୀୟା ଜେରୁଟୋଙ୍କ ରକ୍ତ ନମୂନା ଉପରେ ଏଆଇୟୁ ଦୀର୍ଘ ଦିନ ଧରି ପରୀକ୍ଷା ନୀରିକ୍ଷା ପରେ ତାଙ୍କୁ ବାସନ୍ଦ କରିଛି। ବାସନ୍ଦାଦେଶ ପ୍ରଦାନ କରାଯାଇଥିବା ବେଳେ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ସେ କୌଣସି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ଜଣାପଡିଛି। ପ୍ରଥମେ କେନିଆ ପକ୍ଷରୁ ଖେଳୁଥିବା ଜେରୁଟୋ ୨୦୧୬ରେ ଆଫ୍ରିକାନ୍‌ ଚାମ୍ପିୟନଶିପ୍‌ ଓ ୨୦୨୧ରେ ଡାଇମଣ୍ଡ ଲିଗ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସ ମିସ୍‌ କରିବା ପରେ କାଜାଖସ୍ତାନ ପକ୍ଷରୁ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣ କରିଥିଲେ। ଇୟୁଜିନିରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ସେ ରେକର୍ଡ ଟାଇମିଂ ସହିତ ସ୍ବର୍ଣ୍ଣ ଜିତିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share