ସୁପ୍ତ ଅବସ୍ଥାରେ ୩ ଦଳର ଯୁବ ସଙ୍ଗଠନ

ଭୁବନେଶ୍ୱର, ୨୫।୯ (ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଯୁବ ସଙ୍ଗଠନ ଏକପ୍ରକାର ନିଷ୍କ୍ରିୟ ହୋଇ ରହିଛନ୍ତି, ଯଦ୍ଦ୍ବାରା ଯୁବ ନେତୃତ୍ୱକୁ ଆଗକୁ ଯିବା ଲାଗି ସେତେଟା ସୁଯୋଗ ମିଳୁ ନ ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। କଂଗ୍ରେସର ଯୁବ ସଭାପତି ପଦ ଲାଗି ନିର୍ବାଚନ ସରିଥିଲେ ବି ବିଧିବଦ୍ଧ ଭାବେ ତାହା ଘୋଷଣା କରାଯାଉ ନାହିଁ। ଭାଜପା ଯୁବମୋର୍ଚ୍ଚାରେ ଯୁବ ସଭାପତି ପଦ ଲାଗି ନେତା ବଛା ସରିଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା କମିଟି ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। ସେହିପରି ଶାସକ ଦଳର ଯୁବ ଟିମ୍‌ କେବେଠାରୁ ଗଠନ ହୋଇସାରିଛି। ହେଲେ ଶାସକ ଦଳ ଯୁବ ସଙ୍ଗଠନର କୌଣସି ସେପରି ଆଖିଦୃଶିଆ କାର୍ଯ୍ୟକ୍ରମ ଦୀର୍ଘଦିନ ହେଲା ଦେଖିବାକୁ ମିଳୁନାହିଁ। ଫଳରେ ଯେଉଁ ପରିମାଣରେ ଯୁବଗୋଷ୍ଠୀ ରାଜନୀତିରେ ସାମିଲ ହେବାକୁ ଆଗେଇ ଆସିବା କଥା ସେହି ସଂଖ୍ୟା କମୁଥିବା କୁହାଯାଉଛି।
ବିଗତ ଦିନରେ ରାଜ୍ୟରେ ଯୁବ କଂଗ୍ରେସର ସଙ୍ଗଠନ ଅନ୍ୟ ରାଜନୈତିକ ଦଳ ତୁଳନାରେ ସୁଦୃଢ଼ ଥିଲା। ଯୁବ କଂଗ୍ରେସରେ ଯୋଗଦେବା ଲାଗି ଗୋଟେ ସମୟରେ ବହୁ ଯୁବତୀ, ଯୁବକ ଆଗ୍ରହ ପ୍ରକାଶ କରି ଆଗେଇ ଆସୁଥିଲେ। କହିବାକୁ ଗଲେ କଂଗ୍ରେସର ଯୁବ ସଙ୍ଗଠନ ଯୋଗୁ ଦଳ ରାଜ୍ୟରେ ଏକପ୍ରକାର ପ୍ରଭାବ ବିସ୍ତାର କରିବାରେ ସଫଳ ହେଉଥିଲା। ହେଲେ ଏବେ ଆଉ ସେ ସମୟ ନାହିଁ। ଯୁବ କଂଗ୍ରେସ ଏକପ୍ରକାର ଦୁର୍ବଳ ହୋଇପଡ଼ିଛି। ରାଜ୍ୟରେ କିଛି ମାସ ପୂର୍ବରୁ ଯୁବ କଂଗ୍ରେସ ସଭାପତି ପଦ ଲାଗି ଭୋଟ୍‌ ହୋଇଥିଲା। ଏଥିରେ ଭୁବନେଶ୍ୱର ଜିଲା ଯୁବ କଂଗ୍ରେସ ସଭାପତି ଥିବା ରଞ୍ଜିତ ପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାଗର ଦାସଙ୍କଠାରୁ ବିଜୟୀ ହୋଇଛନ୍ତି। ସାଗର ଦାସ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ପୁଅ। ଗତ ଜୁଲାଇ ୨୫ରୁ ଯୁବ କଂଗ୍ରେସର ଓ୍ବେବସାଇଟ୍‌ରେ ଫଳାଫଳ ପ୍ରକାଶ ପାଇଥିଲା। ହେଲେ ଏ ପର୍ଯ୍ୟନ୍ତ ରଞ୍ଜିତ ସଭାପତି ହେବା ନେଇ ଇଣ୍ଡିଆନ ୟୁଥ୍‌ କଂଗ୍ରେସ(ଆଇଓ୍ବାଇସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଫଳରେ ଯୁବ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। ଏନେଇ ରଞ୍ଜିତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆସନ୍ତା ଗୋଟେ ସପ୍ତାହ ଭିତରେ ଘୋଷଣା ହୋଇଯିବ। ଯୁବ କଂଗ୍ରେସ ଇନ୍‌ଚାର୍ଜ ଯିଏ ଅଛନ୍ତି ତାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଏଥିରେ ବିଳମ୍ବ ହେଉଛି। ତେବେ ନିର୍ବାଚନକୁ କମ୍‌ ଦିନ ଥିଲେ ମଧ୍ୟ ସଭାପତି ପଦ ଘୋଷଣା ହେବା ପରେ ସେ ରାଜ୍ୟବ୍ୟାପୀ କାମ କରିବାକୁ ସମୟ ପାଇବେ ବୋଲି କହିଛନ୍ତି।
ସେହିପରି ଭାଜପାର ଏସ୍‌ସି, ଏସ୍‌ଟି, ଓବିସି, କୃଷକ ଏବଂ ମହିଳା ମୋର୍ଚ୍ଚା ନିଜ ନିଜର କମିଟି ଘୋଷଣା କରିସାରିଲେଣି। ଯୁବମୋର୍ଚ୍ଚା ସଭାପତି ଭାବେ ଗତ ଅଗଷ୍ଟ ୪ରେ ଅଭିଳାଷ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି। ହେଲେ ଯୁବମୋର୍ଚ୍ଚାର ଯେଉଁ ରାଜ୍ୟ କମିଟି ଗଠନ ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ରାଜ୍ୟ କମିଟି ଲାଗି ତାଲିକା ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନି। ଯେଉଁଥିଲାଗି ଯୁବମୋର୍ଚ୍ଚା ତା’ର କାର୍ଯ୍ୟକ୍ରମ କରିବାରେ ଏକପ୍ରକାର ବିଫଳ ହେଉଛି। ଦଳର ଏକାଧିକ ଶୀର୍ଷ ନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଏବଂ ମତଭେଦ ଯୋଗୁ କମିଟି ଗଠନ ସମ୍ଭବ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ମନମୋହନ ସାମଲ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ମଧ୍ୟ କମିଟି ଗଠନ କରିବାରେ ବିଳମ୍ବ ହୋଇଥିଲା। ସେ ଦୁଇ ଥର କମିଟି ତାଲିକା ପ୍ରସ୍ତୁତ କରି ଦିଲ୍ଲୀ ଯିବା ସତ୍ତ୍ୱେ ତାହା ଗ୍ରହଣ ହୋଇପାରୁ ନ ଥିଲା। ଏହା ପଛରେ ମଧ୍ୟ ସେମାନଙ୍କ ଦଳର ଶୀର୍ଷ ନେତାମାନଙ୍କ ଭିତରେ ଚାଲିଥିବା ମତଭେଦ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏନେଇ ଅଭିଳାଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କମିଟି ଏକ ଦଳୀୟ ପଦ୍ଧତିରେ ଗଠନ ହୋଇଥାଏ। କମିଟି ଗଠନରେ ବିଳମ୍ବ ହେଉଛି, ହେଲେ ମିଳିତ ନିଷ୍ପତ୍ତିରେ ଖୁବଶୀଘ୍ର ଏହା ଶେଷ ହୋଇଯିବ ବୋଲି ସେ କହିଛନ୍ତି।
ଶାସକ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳର କର୍ମୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲା। କେନ୍ଦ୍ର ବିରୋଧରେ ଏକାଧିକବାର ଗ୍ୟାସ୍‌, ପେଟ୍ରୋଲ, ଡିଜେଲଠାରୁ ଆରମ୍ଭକରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ପ୍ରସଙ୍ଗରେ ବିଜୁ ଯୁବ ଜନତା ଦଳ ରାସ୍ତାକୁ ଓହ୍ଲାଇବା ସହ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରୁଥିଲା। ପରବର୍ତ୍ତୀ ସମୟରେ ଯୁବକମାନଙ୍କୁ ଦଳର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସାମିଲ କରାଯାଉଥିବା ଲକ୍ଷ୍ୟ କରାଯାଉଥିଲା। ହେଲେ ଦଳର ସେହି ଧାରାରେ ଏକପ୍ରକାର ବ୍ରେକ୍‌ ଲାଗିଛି ବୋଲି ଶାସକ ଦଳର ବହୁ ଯୁବଗୋଷ୍ଠୀ ଏବେ କହିବା ଆରମ୍ଭ କରିଛନ୍ତି। ଦଳର ଯୁବ କମିଟି ଗଠନ ହୋଇସାରିଥିଲେ ସୁଦ୍ଧା ସେମାନଙ୍କର ସେପରି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଏନେଇ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ କହିଛନ୍ତି, ପୂର୍ବରୁ ଯେଉଁ କାର୍ଯ୍ୟକ୍ରମ ହେଉଥିଲା ସେଥିରେ ଜିଲାକୁ ଗୌଣ କରାଯାଉଥିଲା। ପ୍ରଥମ ଥର ଦଳ ଓ୍ବାର୍ଡଠାରୁ ଆରମ୍ଭକରି ପଞ୍ଚାୟତ ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳକୁ ସୁଦୃଢ଼ କରିଛି। ଜିଲାରେ ନେତୃତ୍ୱ ସମାବେଶ ସଫଳ ହୋଇଥିଲା। ପୂର୍ବରୁ ଏତେ ତଳସ୍ତରରୁ କେହି ସଙ୍ଗଠନକୁ ସଜାଡ଼ି ନ ଥିଲେ। ରାଜ୍ୟସ୍ତରରେ ବଡ଼ କାର୍ଯ୍ୟକ୍ରମ କରିଦେଇ ରହିଯାଉଥିଲେ। ଦଳର ଆଭିମୁଖ୍ୟକୁ ଦେଖି କାର୍ଯ୍ୟକ୍ରମ ଚାଲିଛି। ମୁଖ୍ୟମନ୍ତ୍ରୀ ବଡ଼ କାର୍ଯ୍ୟକ୍ରମ ନ କରି ତଳସ୍ତରରେ ଛୋଟ ଛୋଟ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ସରିଲେ ପଞ୍ଚାୟତସ୍ତରର ସଭାପତିମାନଙ୍କୁ ନେଇ ଜିଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri