Categories: ଜାତୀୟ

କୋଷ୍ଟଗାର୍ଡ ପାଇଁ କିଣାଯିବ ଡୋର୍ନିଅର ବିମାନ

ନୂଆଦିଲ୍ଲୀ, ୮ା୭: ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ପାଇଁ ଦୁଇଟି ଡୋର୍ନିଅର ବିମାନ ସମେତ ଅନ୍ୟାନ୍ୟ ଇଞ୍ଜିନିୟରିଂ ସପୋର୍ଟ ପ୍ୟାକେଜ୍‌ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ସହ ୪୫୮.୮୭ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ଉକ୍ତ ବିମାନରେ ଗ୍ଲାସ୍‌ କକ୍‌ପିଟ୍‌, ମେରିଟାଇମ୍‌ ପାଟ୍ରୋଲ ରାଡାର, ଇଲେକ୍ଟ୍ରୋ-ଅପ୍‌ଟିକ ଇନ୍‌ଫ୍ରାରେଡ୍‌ ଡିଭାଇସ, ମିଶନ ମ୍ୟାନେଜମେଣ୍ଟ ସିଷ୍ଟମ ଆଦି ସମସ୍ତ ଅତ୍ୟାଧୁନିକ ଉପକରଣ ସଂଯୋଗ କରାଯିବ। ଏହା ସାମୁଦ୍ରିକ ଅଞ୍ଚଳରେ ଆଇସିଜିର ଆକାଶମାର୍ଗରୁ ସର୍ଭିଲାନ୍ସ କ୍ଷମତା ବଢ଼ାଇବାରେ ସହାୟକ ହେବ। ହାଲ୍‌ (ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଡିଭିଜନ)କାନପୁର ସ୍ବଦେଶୀ ଜ୍ଞାନକୌଶଳରେ ଡୋର୍ନିଅର ବିମାନ ନିର୍ମାଣ କରୁଛି। ପ୍ରତିରକ୍ଷାରେ ଆତ୍ମନିର୍ଭରଶୀଳ ହେବାରେ ଏହାର ଉଲ୍ଲେଖନୀୟ ଅବଦାନ ରହିବ।

Share