Categories: ଫୁରସତ

ଦୋସା ପ୍ରସ୍ତୁତ କରି ପବନରେ ଉଡ଼ାଇଦେଲେ ଦୋକାନୀ, ସିଧା ଯାଇ ପଡ଼ିଲା ଗ୍ରାହକଙ୍କ ଥାଳିରେ

ଦକ୍ଷିଣ ମୁମ୍ବାଇର ମଙ୍ଗଳଦାସ ମାର୍କେଟରେ ଜଣେ ଦୋକାନୀ ଦୋସା ପ୍ରସ୍ତୁତ କରି ପବନରେ ଏମିତି ଉଡ଼ାଇ ଦେଉଛନ୍ତି ଯେ, ସିଧା ଯାଇ ଗ୍ରାହକଙ୍କ ଥାଳିରେ ପଡୁଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮୪ କୋଟି ଲୋକ ଦେଖିସାରିଲେଣି।

‘ଷ୍ଟ୍ରିଟ୍‌ ଫୁଡ୍‌ ରେସିପି’ ନାମକ ଏକ ଫେସବୁକ୍‌ ପେଜରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଦୋକାନୀ ଜଣକ ଦୋସା ତିଆରି କରି ଉପରକୁ ଫିଙ୍ଗୁଛନ୍ତି। ଆଉ ଏହି ଦୋସା ସିଧା ଯାଇ ଗ୍ରାହକଙ୍କ ଥାଳିରେ ପଡୁଛି। ଲୋକେ ଭିଡିଓ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏଥିରେ କ୍ୟାପଶନ ଲେଖାଯାଇଛି ‘ସର୍ଭିଂ ଦୋସା ଲାଇକ୍‌ ଏ ବସ’ ଅର୍ଥାତ୍‌ ଏହି ବ୍ୟକ୍ତିଙ୍କ ପରି ସମସ୍ତେ ଦୋସା ପରସିବା ଦରକାର।

ଭିଡିଓଟି ଏତେ ପସନ୍ଦ ଆସିଛି ଯେ, ଗୋଟିଏ ସପ୍ତାହ ମଧ୍ୟରେ ଏହାକୁ ୮୪.୪ କୋଟି ଲୋକ ଦେଖିସାରିଥିବା ବେଳେ ୧.୩ କୋଟି ଲୋକ ଲାଇକ୍‌ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ କଳାତ୍ମକ ଭଙ୍ଗୀରେ ଖାଦ୍ୟ ପରସୁଛନ୍ତି।

Share