ବ୍ଲକ୍‌ ହେବ ୩୦ ହଜାରରୁ ଅଧିକ ମୋବାଇଲ ନମ଼୍ବର

ନୂଆଦିଲ୍ଲୀ, ୧୯।୬: ଅନ୍‌ଲାଇନ୍‌ ସହ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଡିଜିଟାଲ୍‌ ଠକମାନେ ଲାଗିପଡ଼ିଛନ୍ତି । ପାର୍ସଲ ଠାରୁ ଆରମ୍ଭ କରି ବିଜୁଳି ବିଲ୍‌ ପର୍ଯ୍ୟନ୍ତ ସମସ୍ତ ଉପାୟ ପ୍ରୟୋଗ କରି ଲୋକଙ୍କୁ ଠକି ପଇସା ଲୁଟୁଛନ୍ତି । ବିଜୁଳି ବିଲ୍‌ କେୟାସି ଅପଡେଟ୍‌ କରିବାକୁ କହୁଥିବାରୁ ଏଥିରେ ଅନେକ ଲୋକ ବିଶ଼୍ବସ କରି ଟଙ୍କା ହରାଇଛନ୍ତି । ତେବେ ଏହିଭଳି ଠକାମିରେ ଲଗାମ୍‌ ଲଗାଇବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ ବା ଡିଓଟି ବଡ଼ ପଦକ୍ଷେପ ନେଇଛି । ୩୯୨ଟି ମୋବାଇଲ୍‌ ଫୋନ୍‌ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦେଇଛି ।

ଠକମାନେ ଏସ୍‌ଏମ୍‌ଏସ କିମ଼୍ବା ହ଼୍ବାଟ୍ସ ଆପ୍‌ ଜରିଆରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ । କେୱାସି ଅପ୍‌ଡେଟ୍‌ ନକଲେ ସେମନଙ୍କର କନେକ୍ସନ କାଟିଦିଆଯିବ ବୋଲି ସେମାନେ କହୁଥିଲେ । ଏହି ମେସେଜ୍‌ରେ ଏକ ଲିଙ୍କ୍‌ ଆସୁଥିଲା କିମ଼୍ବା ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଦେବାକୁ ଫର୍ମ ଆସୁଥିଲା । ଏହାକୁ କ୍ଲିକ୍‌ କରିବା ପରେ ଟଙ୍କା ହରାଉଥିଲେ ଲୋକେ ।

ଡିଓଟିର ଚକ୍ଷୁ ପୋର୍ଟାଲରେ ଏନେଇ ବାରମ଼୍ବାର ଆଭିଯୋଗ ଦାଖଲ ହୋଇଥିଲା । ଏହାପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଦ଼୍ବାରା ଏକ ତର୍ଜମା କରାଯାଇଥିଲା । ଏହାକୁ ଆଧାର କରି ଡିଓଟି ୩୯୨ ମୋବାଇଲ୍‌ ଏବଂ ୩୧,୭୪୦ରୁ ଅଧିକ ମୋବାଇଲ୍‌ ନମ଼୍ବର ଠକେଇରେ ବ୍ୟବହାର ହୋଇଥିବା ଜାଣିବାକୁ ପାଇଥିଲା । ତେଣୁ ଏଗୁଡ଼ିକୁ ବ୍ଲକ୍‌ କରିବାକୁ ଟେଲିକମ୍‌ କମ୍ପାନୀମାନଙ୍କୁ ଡିଓଟି ନିର୍ଦ୍ଦେଶ ଦେଇଛି ।

Share