ଓଡ଼ିଶାରେ ପହଞ୍ଚିଲା ଡବଲ ଡେକର ବସ୍‌, ଏଥିରେ ରହିଛି ଏସବୁ ସୁବିଧା

ବ୍ରହ୍ମପୁର,୨ା୧: ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ବିନ୍‌ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ-ଡେକର୍‌ ଇଲେକ୍ଟ୍ରିକ ଏସି ବସ୍‌ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।

ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବାବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି।

ସବୁଜ ଶକ୍ତି ବୃଦ୍ଧି ତଥା ଅଙ୍ଗାରକାମ୍ଳ ହ୍ରାସ ପାଇଁ ସରକାରଙ୍କ ଉଦ୍ୟମର ଏକ ଅଂଶ ଭାବରେ ଭୁବନେଶ୍ୱର, କଟକ ଏବଂ ପୁରୀରେ ଡବଲ ଡେକର ଚାଲିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପୂର୍ବରୁ ଘୋଷଣା କରିଥିଲେ। ଏହା ମଧ୍ୟ ଏହି ସହରଗୁଡିକରେ ଟ୍ରାଫିକ ଚାପକୁ ହ୍ରାସ କରିବ।

ଯଦି ଏହି ସହରଗୁଡିକରେ ଡବଲ-ଡେକର୍‌ ଯୋଗାଇବା ସଫଳ ହୁଏ, ତେବେ ଏହି ସୁବିଧା ଅନ୍ୟ ସହରାଞ୍ଚଳକୁ ବିସ୍ତାର ହେବ ବୋଲି ମନ୍ତ୍ରୀ କହିଛନ୍ତି। CRUT ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ ଏବଂ କଟକ ଜିଲା ପାଇଁ ପାଞ୍ଚଟି ଡବଲ ଡେକର ଏସି ଇଲେକ୍ଟ୍ରିକ ବସ୍‌ କ୍ରୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ଚୋରା ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image