‘ଓଡ଼ିଶାବାସୀ ଏଥର ମନସ୍ଥ କରିଛନ୍ତି ଡବଲ ଇଞ୍ଜିନ ସରକାର ଆଣିବେ’

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମଲ୍ଲିପଶିରୁ ଶନିବାର ଭାଜପାର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଏକ ବିରାଟ ବାଇକ୍‌ ରାଲିରେ ୭କିମି ପର୍ଯ୍ୟନ୍ତ ରୋଡ୍‌ ଶୋ’ ଶୋଭାଯାତ୍ରାରେ ଆସି ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହାପରେ ପାଟଣା ବ୍ୟାଙ୍କ ଛକ ପଡ଼ିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲୁସ୍ତେ ଯୋଗ ଦେଇ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ଜନ ଆକ୍ରୋଶ ରହିଛି। ଏଣୁ ସରକାରର ପଟ ପରିବର୍ତ୍ତନ ହେଉଛି। ଏଥର ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ଭାଜପା ସରକାର ପ୍ରତିଷ୍ଠା ହେବ। ଏଥିରେ ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ରାଜ୍ୟ ଆଦିବାସୀ ମହିଳା ମୋର୍ଚ୍ଚା ଉପସଭାପତି ମମିତା ନାଏକ, ଜିଲା ଭାଜପା ସମ୍ପାଦକ ହେମ ରଞ୍ଜନ ବାରିକ, ଜିଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ପାତ୍ର, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କିରଣବାଳା ନାୟକ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ଛାଡ଼ି ଭାଜପାରେ ବିଭିନ୍ନ ଦଳର ନେତା ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପରମେଶ୍ବର ପୃଷ୍ଟି, କରୁଣା ସାଗର ଖଟୁଆ, ପାଟଣା ଲ୍ୟାମ୍ପ ଡାଇରେକ୍ଟର ପ୍ରକାଶ ସେଠୀ, ବିକାଶ କୁମାର ସେଠୀ, ଧୃତି ସୁନ୍ଦର ସେଠୀଙ୍କ ସହ ୫୦ରୁ ଊଦ୍ଧର୍‌ବ ବିଜେଡି ନେତା ଭାଜପାରେ ଯୋଗଦେଇଥିଲେ। ବରିଷ୍ଠ ନେତା କମଳାକାନ୍ତ ଦାଶ, ଦୁର୍ଗାଚରଣ ଚରଣ ନାୟକ, ପ୍ରହଲ୍ଲାଦ ପଲେଇ, ସୋମ ବାରି ମୁଣ୍ଡା,ହରିଶ ମହାନ୍ତ, ସୁବ୍ରତ ଦ୍ବିବେଦୀ, ଅଭୟ ବେହେରା ପ୍ରମୁଖ ଆଗ ଧାଡ଼ିର ନେତା ଯୋଗ ଦେଇଥିଲେ।