ପାସେଞ୍ଜର ଟ୍ରେନରେ ୨ଗୁଣା ଭଡ଼ା ଆଦାୟ

ଯାଜପୁର,୩୧(ହର୍ଷବର୍ଦ୍ଧନ ବେହେରା): ରେଳ ବିଭାଗର ପୂର୍ବତଟ ରେଳ ଡିଭିଜନ ପକ୍ଷରୁ ଗତ ୩ା୪ା୨୦୨୧ରୁ ଯାତ୍ରୀଙ୍କଠାରୁ ଦୁଇଗୁଣା ଭଡ଼ା ଆଦାୟ କରାଯାଉଛି। ସମସ୍ତ ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ସ୍ପେଶିଆଲ ଟ୍ରେନ ଘୋଷଣା କରି ଗରିବ, ଖଟିଖିଆ, ରୋଗୀ, ଛାତ୍ରୀଛାତ୍ର, ବରିଷ୍ଠ ନାଗରିକଙ୍କୁ ଶୋଷଣ କରାଯାଉଛି। ସମସ୍ତ ଷ୍ଟେଶନ ଓ ପାସେଞ୍ଜର ହଲ୍‌ଟରେ ଅଟକୁଥିବା ପାସେଞ୍ଜର ଟ୍ରେନରେ ଯାତ୍ରା କଲେ ବି ଦ୍ରୁତଗାମୀ ଟ୍ରେନର ଭଡ଼ା ଦେବାକୁ ପଡୁଛି। ଏପରିକି ଗୋଟିଏ ଷ୍ଟପେଜରୁ ଅନ୍ୟ ଷ୍ଟପେଜକୁ ଯିବାକୁ ସର୍ବନିମ୍ନ ୩୦ଟଙ୍କା ଦ୍ରୁତଗାମୀ ଟ୍ରେନ ଆଳରେ ଭଡ଼ା ଅସୁଲି ହେଉଛି। ଏହାବାଦ୍‌ ମାଲଦା ଟାଉନରୁ ବାଙ୍ଗାଲୁରୁ ଯାଉଥିବା ଅମ୍ରିତ ଭାରତ ଏକ୍ସପ୍ରେସ ଟ୍ରେନକୁ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନରେ ରହିଣୀ ଦାବି କରି ବନ୍ଦେ ବ୍ୟାସନଗର ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟୁଇଟ୍‌ ଏବଂ ସ୍ପିଡ୍‌ ପୋଷ୍ଟ ଜରିଆରେ ଦାବି କରାଯାଇଛି।
ଉକ୍ତ ଦାବିପତ୍ରରେ ଆହୁରି ଦର୍ଶାଯାଇଛି, ଯାଜପୁର-କେନ୍ଦୁଝର ରୋଡରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୨୪ଟି ଷ୍ଟପେଜରେ ଅଟକୁଥିବା ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକର ଭଡା ୨୫ ଟଙ୍କା ସ୍ଥାନରେ ୫୦ ଟଙ୍କା ଦ୍ରୁତଗାମୀ ଟ୍ରେନ୍‌ ଭଡ଼ା ଆଦାୟ କରାଯାଉଛି। ଏହି କରୋନା କାଳର ସ୍ବତନ୍ତ୍ର ନିଷ୍ପତ୍ତି ରେଳ ବିଭାଗର ଅନ୍ୟ ଡିଭିଜନଗୁଡ଼ିକରେ ପ୍ରତ୍ୟାହାର ହୋଇଥିଲେ ବି ଏଠାରେ ଗତ ୩ ବର୍ଷ ମଧ୍ୟରେ ଯାତ୍ରୀମାନେ ଶୋଷିତ ହେଉଛନ୍ତି। ଭାରତ ଅମୃତ ମହୋତ୍ସବ ତଥା ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ୩୦ା୧୨ା୨୦୨୩ରେ ୧୬ଟି ସ୍ବତନ୍ତ୍ର ଟ୍ରେନ ଶୁଭାରମ୍ଭ କରିଥିବାବେଳେ ଓଡ଼ିଶା ଦେଇ ଚାଲିଥିବା ଅମ୍ରିତ ଭାରତ ସାପ୍ତାହିକ ଟ୍ରେନ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନରେ ରହଣୀ ନାହିଁ। ଏହି ଷ୍ଟେଶନ ୧୯୯୬ରୁ ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳବାସୀଙ୍କୁ ସେବା ଦେଇ ଆସୁଥିବାବେଳେ ଏହା ରେଳଯାତ୍ରୀମାନଙ୍କୁ ଅସନ୍ତୋଷ କରିଛି। ତେଣୁ ଏହି ଷ୍ଟେଶନର ପରାମର୍ଶଦାତା ପରିଷଦର ଭାଗିରଥି ଆଚାର୍ଯ୍ୟ, ବିଦ୍ୟାଧର ପଲାର, ବ୍ରଜବାହୁ ସୀମାନ୍ତ କେଶରୀ ସାମଲ, ପବିତ୍ର ମୋହନ ସାହୁ, ଶିବରଞ୍ଜନ ମସକରା, ଅକ୍ଷୟ କୁମାର ପଣ୍ଡା. ଏସ୍‌.ମଜୁବୁର ରହମାନ ଉପରୋକ୍ତ ଦାବିଗୁଡିକୁ ତୁରନ୍ତ ସମାଧାନ କରିବାକୁ ଟୁଇଟ୍‌, ଇ-ମେଲ ଓ ସ୍ପିଡ୍‌ପୋଷ୍ଟ ଜରିଆରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା: ସରକାରୀ ଜମି ଛାଡ଼ିବାକୁ ଗ୍ରାମବାସୀଙ୍କୁ ୪ ଦିନ ସମୟ

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତର ଅଁଳାପୋଶି (ଘୁରୁଡୁଖମଣ ରାଜସ୍ବ ଗ୍ରାମ ଅଧିନସ୍ଥ ପଡ଼ା ଗ୍ରାମ)ରେ ସରକାରଙ୍କ...

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image