ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ  ବଢ଼ିଲା ଅଡ଼ୁଆ

କଟକ,୨୫।୯:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ  ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ  କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ତେବେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ  ଦଫାରେ ଏହି ମାମଲା ଚାଲୁ ରହିବ। ଧର୍ତ୍ତବ୍ୟ  ଅପରାଧ ଭାବେ ଏହି ମାମଲା ଚାଲିବ। ଏହି ମାମଲା ଚାଲୁ ରଖିବାକୁ   ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ ପ୍ରତାପ ବିଧାୟକ ହୋଇଥିବାରୁ  ଏହି ମାମଲା ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
Share