ବଲାଙ୍ଗୀର ଅଫିସ/ଗୁଡଭେଲା, ୩୧।୩ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଶୁଭ୍ରାଂଶୁ ମେହେରଙ୍କ ସ୍ତ୍ରୀ ଓ ବୃଦ୍ଧା ମାଁଙ୍କୁ କେହି ଘରେ ପଶି ନିର୍ମମ ଭାବେ ହତ୍ୟା କରିଛି । ଉଭୟ ଶାଶୁ ଓ ବୋହୂକୁ ଗଳା କାଟି ହତ୍ୟା କରାଯାଇଥିବା ଦେଖାଯାଇଛି । ମୃତକ ହେଲେ ବୋହୂ ଅମ୍ବିକା ମେହେର (୫୦) ଓ ଶାଶୁ ପ୍ରେମଶିଳା ମେହେର (୬୫)। ଘରେ କହି ନ ଥିବା ବେଳେ ୨ ଜଣଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର୍ ମାରିଥିବା ଅନୁମାନ କରାଯାଉଛି । କାହିଁକି ଓ କିଏ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସୋଇଛି । ଘଟଣା ସ୍ଥଳରେ ତୁଷୁରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।