କୁନ୍ଦୁଲି ସାପ୍ତାହିକ ହାଟରେ ଡବଲ ମର୍ଡର : ଲାଗିଛି ଚାପା ଉତ୍ତେଜନା

ପଟ୍ଟାଙ୍ଗି,୨୫।୧୦(ଶରତ ଧଳ): ଦୁଇ ଗୋଷ୍ଠୀ ମଧ୍ୟରେ ମର୍ଡର ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦାର ଦୁଇଟି ସ୍ଥାନରେ।
ସୂଚନା ମୁତାବକ ଶେମିଳିଗୁଡ଼ା ବ୍ଲକର ହାଟଗୁଡା ପଞ୍ଚାୟତ ଅଧୀନ ଟେମା ଗ୍ରାମର ରଘୁନାଥ ପାଣ୍ଡକାଙ୍କ ପୁଅ ଗୋବର୍ଦ୍ଧନ ହାଟପଦାର ବଜାରକୁ ଆସିଥିଲା। ଏହି ସମୟରେ କୈଣସି ଏକ କାରଣକୁ ନେଇ ଗୋବର୍ଦ୍ଧନଙ୍କ ଅନ୍ୟ ଗୋଷ୍ଠୀର ରାଜକୁମାର ରୁଡି ଏବଂ ବାପ ଜଗୁଲୁ ରୁଡିଙ୍କ ସମେତ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ କଥା କଟାକଟି ହୋଇଥିଲା । ରୁଡି ପରିବାର ଉତ୍ୟକ୍ତ ହୋଇ ଗୋବର୍ଦ୍ଧନଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ  ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ଗୋବର୍ଦ୍ଧନଙ୍କ ଉପରେ ଆକ୍ରମଣ ହେଉଥିବା ଖବରପାଇ ଗୋବର୍ଦ୍ଧନଙ୍କ  ପରିବାର ଘଟଣାସ୍ଥଳରେ  ପହଞ୍ଚି ରୁଡି ପରିବାରକୁ  ପଚରାଉଚରା  କରିଥିଲେ। ଏହି ସମୟରେ ପୁଣି ରୁଡି ପରିବାର ମୃତ ଗୋବର୍ଦ୍ଧନଙ୍କ ପରିବାର ସଦସ୍ୟ ଉପରେ ଆକ୍ରମଣ କରିବାକୁ  ଆସୁଥିବା ବେଳେ ଗୋବର୍ଦ୍ଧନଙ୍କ ପରିବାର ସଦସ୍ୟ ରାଜକୁମାର ରୁଡିଙ୍କ ଉପରେ
ଆକ୍ରମଣ କରିବା ଫଳରେ ଘଟଣାସ୍ଥଳେ ରାଜକୁମାରଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପଟ୍ଟାଙ୍ଗି ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ସମେତ ଅନ୍ୟ
ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ  ଘଟଣାସ୍ଥଳରେ ପହଞ୍ଚିଛନ୍ତି।