Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଡବଲ ମର୍ଡର

ଲକ୍ଷ୍ନୌ,୨୯।୮-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ନିକଟରେ ଶନିବାର ଡବଲ ମର୍ଡର ହୋଇଛି। ଗୌତମପଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ରହୁଥିବା କେନ୍ଦ୍ର ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କ ପତ୍ନୀ ଓ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ମାତ୍ର କିଛି ବାଟ ଦୂରରେ ଅବସ୍ଥିତ ରେଲଓ୍ବେ କଲୋନୀରେ ଏହି ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share