Advertisement

ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର

ସୁନ୍ଦରଗଡ଼,୧୫ା୭: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁତ୍ରା ଥାନା ଗମାଡିହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର ହୋଇଛି। ଗମାଡିହିର ଜଣେ ଯୁବତୀ ଏବଂ ଯୁବକଙ୍କ ମୃତଦେହ ଜବତ ହୋଇଛି। ଉଭୟଙ୍କୁ ଯୁବତୀଙ୍କ ପରିବାର ଲୋକେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରବିବାର ଯୁବକ ଜଣକ ଯୁବତୀଙ୍କୁ ଭେଟିବାକୁ ଯାଇଥିଲେ। ତେବେ ବିଳମ୍ବିତ ରାତିରେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share