Categories: ଖେଳ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଡବଲ୍‌ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ ୨ ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୨୯।୧: ହାଇଦ୍ରାବାଦରେ ପରାଜୟ ପରେ ଟିମ ଇଣ୍ଡିଆକୁ ଡବଲ୍‌ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏହି ସୂଚନା ଦେଇଛି।
ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବ୍ରୁଆରୀ ୨ରୁ ବିଶାଖାପାଟନମ୍‌ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ବାଦ୍‌ ଅଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜାଡେଜା ଆଘାତ ହୋଇଥିବାବେଳେ କେ.ଏଲ ରାହୁଲ ତାଙ୍କ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ବିସିସିଆଇ ମେଡିକାଲ ଦଳ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛନ୍ତି।
ଦ୍ୱିତୀୟ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନ କମିଟିରେ ସରଫରାଜ ଖାନ, ସୌରଭ କୁମାର ଏବଂ ୱାଶିଂଟନ ସୁନ୍ଦରଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ତେବେ ଆବେଶ ଖାନ ତାଙ୍କ ରଣଜୀ ଦଳ ମଧ୍ୟପ୍ରଦେଶରେ ରହିବେ ଏବଂ ଆବଶ୍ୟକ ସମୟରେ ଟିମ ଇଣ୍ଡିଆରେ ଯୋଗଦେବେ।
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ – ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯସ୍ବେୀ ଜୟସ୍ବାଲ, ଶ୍ରେୟାସ ଆୟର, କେ.ଏସ ଭରତ (ଉଇକେଟ କିପର), ଧ୍ରୁଭ ଜୁରେଲ (ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍‌ରା (ଉପ-ଅଧିନାୟକ), ଆବେଶ ଖାନ, ରଜତ ପାଟିଦାର, ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଏବଂ ସୌରଭ କୁମାର।

Share