Categories: ଜାତୀୟ

ଚାଇନାକୁ ଦୁଇପଟୁ ଘେରାଉ: ପାହାଡ଼ରେ ଯୁଦ୍ଧ ବିମାନ, ସମୁଦ୍ରରେ ଯୁଦ୍ଧପୋତ

ନୂଆଦିଲ୍ଲୀ, ୭।୭: ଚାଇନାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଲଓ୍ବାନ ଘାଟିର ହିଂସ୍ରକ ଘଟଣା ପରେ ଏବେ ଚାଇନା ହରଡ଼ଘଣାରେ ପଡ଼ିଛି। ଗୋଟିଏ ପଟେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଲଦାଖର ପାହାଡ଼ ଅଞ୍ଚଳରେ ଲଗାତାର ପଇଁତରା ମାରୁଛି। ସେହିପରି ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ୨ଟି ଯୁଦ୍ଧପୋତ ମୁତୟନ କରିଛି। ଏହା ଚାଇନା ପାଇଁ ଅସହ୍ୟ ହେବାରେ ଲାଗିଛି। ଚାଇନା ନେପାଳ ପାକିସ୍ତାନ ସହାୟତାରେ ଭାରତକୁ ହଇରାଣ କରିବା ଷଡ଼ଯନ୍ତ୍ର ରଚିଥିଲା। ତେବେ ଭାରତ ପ୍ରତି ଆମେରିକାର ବନ୍ଧୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ଷଡ଼ଯନ୍ତ୍ର ଶେଷରେ ଫସର ଫାଟିଥିବା କୁହାଯାଉଛି। ହିଂସକ ସଂଘର୍ଷ ପରେ ଭାରତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇଛି। ତେଣୁ ମିଗ୍‌-୨୯ ଏବଂ ଚିନୁକ୍‌ ଲଦାଖ ଅଞ୍ଚଳରେ ଅଭ୍ୟାସ ଉଡ଼ାଣ ଜାରି ରଖିଛନ୍ତି। ଆମେରିକାର ୧୧ଟି ଯୁଦ୍ଧ ବିମାନ ଦକ୍ଷିଣ ଚାଇନା ସାଗରରେ ଇତିମଧ୍ୟରେ ଉଡ଼ାଣ କରିଛନ୍ତି।

Share