ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା

ପାତ୍ରପୁର,୧୨ା୨(ଉମା ଚରଣ ନେପାକ):ଗଞ୍ଜାମ ଜିଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣିନେଇ ପିଟି ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ମୃତକ ହେଲେ ଗୁରୁବାରିଆ ଡାକୁଆ। ତାଙ୍କ ସ୍ତ୍ରୀ ଶ୍ରୀମନ୍ତି ଡାକୁଆ ୭ ଝିଅଙ୍କୁ ଧରି ଆକ୍ରମଣକାରୀଙ୍କ କବଳରୁ ଖସି ଅନ୍ୟତ୍ର ପଳାଇଛନ୍ତି। ରବିବାର ସେ ଫୋନ ଯୋଗେ ଏହି ସୂଚନା ଦେବା ସହ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଶ୍ରୀମନ୍ତି କହିଛନ୍ତି ଯେ, ତାଙ୍କ ସ୍ବାମୀ ଗୁରୁବାରିଆ ଆନ୍ଧ୍ରପ୍ରଦେଶର ହୁନାଳି ଗ୍ରାମରେ ମଇଁଷି ଜଗୁଥିଲେ। ଶନିବାର ସେ କାମରୁ ଆସି ଖାଇପିଇ ଶୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ଘରକୁ ପଶି ଆସି ତମ ପରିବାର ଗୁଣିଆ ବୋଲି କହି ଶ୍ରୀମନ୍ତିଙ୍କୁ ଟଣାଓଟରା କରିଥିଲେ। ଗୁରୁବାରିଆ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଟାଣି ନେଇ ଦାଣ୍ଡରେ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଶ୍ରୀମନ୍ତି କହିଛନ୍ତି। ଏପରିକି ସେ ସମୟରେ ତାଙ୍କୁ ମଧ୍ୟ କେତେଜଣ ଯୁବତୀ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ଦାଣ୍ଡରେ ସ୍ବାମୀଙ୍କୁ ମାଡ଼ହେବା ଦେଖି ଶ୍ରୀମନ୍ତି ତାଙ୍କର ୭ ଝିଅଙ୍କୁ ଧରି ଭୟରେ ଜଙ୍ଗଲ ରାସ୍ତାରେ ତିତିରିସିଙ୍ଗି ଗ୍ରାମକୁ ପଳାଇଥିଲେ। ରବିବାର ସକାଳେ ଗଣମାଧ୍ୟମକୁ ସେ ଏହି ବିଷୟ ଜଣାଇଛନ୍ତି। ତେବେ ଗୁରୁବାରିଆ ଝଡ଼ାଫୁଙ୍କା କରୁଥିବା ଯୋଗୁଁ ଗାଁରେ କାହାକୁ ରୋଗ ହେଲେ ସେ ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତିରେ ଗୁରୁବାରିଆଙ୍କ ମୃତ୍ୟୁ ଘଟିଛି ବୋଲି ଗ୍ରାମର କେତେଜଣ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri