ସେବା ମନୋଭାବ ନେଇ ସନ୍ଦେହ

ଜରୁରୀ ସ୍ଥିତିରେ ସହାୟକ ହେବ ପୋଲିସ। ୧୧୨କୁ ଡାଏଲ କଲେ ତୁରନ୍ତ ପହଞ୍ଚିବ ପିସିଆର୍‌। ଏହି ଉଦ୍ଦେଶ୍ୟରେ ଥାନାକୁ ଯୋଗାଇ ଦିଆଯାଇଛି ପାଟ୍ରୋଲିଂ ଭ୍ୟାନ। ହେଲେ ଦେଢ଼ମାସ ହେଲା ଅନୁଗୋଳ ଥାନାର ଏହି ଜରୁରିକାଳୀନ ଗାଡ଼ି ଅଚଳ ହୋଇ ପଡ଼ିଛି। ଏପରି କି ଜିଲା ପୋଲିସର ଏପରି ୫ଟି ଗାଡ଼ି ମରାମତି ଅପେକ୍ଷାରେ ରହିଛି। ଢିଲା ଆଇନଶୃଙ୍ଖଳା ନେଇ ଅନୁଗୋଳରେ ଅସନ୍ତୋଷ ବଢ଼ୁଥିବା ବେଳେ ପିସିଆର୍‌ ଭ୍ୟାନ ମରାମତିରେ ଏପରି ହେଳା ଜିଲା ପୋଲିସର ସେବା ମନୋଭାବକୁ ସନ୍ଦେହରେ ପକାଇଛି।
ଅନୁଗୋଳ ଅଫିସ, ୧୧।୬: ଅନୁଗୋଳ ଥାନା ସମେତ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଲୁଟ୍‌, ଛିନତାଇ, ଚୋରି ଘଟଣା ବଢ଼ୁଥିବା ବେଳେ ଏରାଗୋଲା ଗ୍ୟାଙ୍ଗ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପାଟ୍ରୋଲିଂ, ଯାଞ୍ଚ ଅଭାବରୁ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଛି। ଟ୍ରାଫିକ ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ନାହିଁ। ଏପରି ସ୍ଥିତିରେ ପାଟ୍ରୋଲିଂ ଭ୍ୟାନର ଗୁରୁତ୍ୱ ଯଥେଷ୍ଟ ଅଧିକ। ହେଲେ ଅନୁଗୋଳ ଥାନାର ଗୋଟିଏ ଗାଡ଼ି କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଛେଣ୍ଡିପଦା ଥାନାର ଗୋଟିଏ, ରିଜର୍ଭ ପୋଲିସର ୨ଟି ଭ୍ୟାନ ସହ ଗୋଟିଏ ବସ୍‌ ଅଚଳ ହୋଇପଡ଼ିଛି। ଏହାର ମରାମତି ପାଇଁ ଜିଲା ପୋଲିସ ମୁଖ୍ୟଙ୍କ ଅନୁମୋଦନର ଆବଶ୍ୟକତା ଥିବାରୁ ୮ ଦିନ ହେଲା ଗାଡ଼ିଗୁଡ଼ିକ ମୁଖ୍ୟାଳୟରେ ରହିଛି। ଏହାକୁ କେବେ ଅନୁମତି ମିଳିବ ଓ ସଚଳ ଅବସ୍ଥାକୁ ଅଣାଯିବ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସହରବାସୀଙ୍କ କହିବା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଅନୁଗୋଳ ଥାନାକୁ ଏକ ପିସିଆର୍‌ ଭ୍ୟାନ (ନଂ. ଓଡି୧୯ଏସ୍‌-୯୬୦୬) ଯୋଗାଇ ଦିଆଯାଇଥିଲା। କିନ୍ତୁ ଦେଢ଼ମାସ ହେଲା ଉକ୍ତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଛି। ଗାଡ଼ିର ଚକ ଓ ବ୍ରେକ୍‌ ବଦଳାଯିବାର ଆବଶ୍ୟକତା ଥିଲେ ମଧ୍ୟ ଏଯାଏ ତାହା କରାଯାଇ ପାରୁନାହିଁ। ଫଳରେ ଅନୁଗୋଳ ପୋଲିସ ଗାଡ଼ି ଅଭାବରୁ ଥାନାରେ ଥିବା ଅତି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ବାଧ୍ୟ ହେଉଛି। ସହର ସହ ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ଯେପରି ଲୁଟ୍‌, ଚୋରି, ନିଶା ବ୍ୟବସାୟ ବଢ଼ିଚାଲିଛି ତାହାର ମୁକାବିଲା କରିବାକୁ ପୋଲିସ ଏପରି ଅବସ୍ଥାରେ କିପରି ସକ୍ଷମ ହେବ ତାହା ଆଲୋଚନାର ବିଷୟ ହୋଇଛି। କେବଳ ଅନୁଗୋଳ ପୋଲିସ ନୁହେଁ, ଜିଲାର ବିଭିନ୍ନ ଥାନାରେ ଏଭଳି ସମସ୍ୟା ରହିଛି। କେତେକ ଥାନାକୁ ତ ଏଯାଏ ଗୋଟିଏ ହେଲେ ଗାଡ଼ି ଯୋଗାଇ ଦିଆଯାଇ ନାହଁ। ଅଭିଯୁକ୍ତଙ୍କୁ ଧରିବାକୁ ହେଉ କିମ୍ବା ତଦନ୍ତ କରିବାକୁ ଯିବା ସମୟରେ ପୋଲିସକୁ ଅନ୍ୟ ଥାନାର ଗାଡ଼ି ଆଣିବାକୁ ପଡ଼ୁଛି। ବେଳେବେଳେ ଭଡ଼ାରେ ଗାଡ଼ି କରି ଯିବାକୁ ହେଉଛି। ନିକଟରେ ଏକ ସାଇବର ଅଭିଯୁକ୍ତଙ୍କୁ ଧରିବାକୁ ଅନୁଗୋଳ ସାଇବର ଥାନାର ୫ ଜଣିଆ ଟିମ୍‌ ଝାଡ଼ଖଣ୍ଡର ଜାମତରା ଯାଇଥିଲା। କିନ୍ତୁ ଗାଡ଼ି ଅଭାବରୁ ଉକ୍ତ ଟିମ୍‌ ଅନୁଗୋଳ ଟାଉନ୍‌ ଥାନାରୁ ଏକ ଗାଡ଼ି ନେଇଥିଲା। ଫଳରେ ସେହି ସମୟରେ ଟାଉନ୍‌ ଥାନା ପୋଲିସ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଛେଣ୍ଡିପଦା ଥାନାରେ ମଧ୍ୟ ସମାନ ଅବସ୍ଥା। ଦୀର୍ଘ ଦିନ ହେବ ଥାନା ଗାଡ଼ି ଅଚଳ ରହିଥିଲେ ବି ମରାମତି ହୋଇପାରି ନାହିଁ। ଜିଲାର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଥିବା ଗାଡ଼ି ମଧ୍ୟରୁ ଗୋଟିଏ କାର୍‌, ଗୋଟିଏ ବୋଲେରୋ ଓ ଏକ ବସ୍‌ ଅଚଳ ଅବସ୍ଥାରେ ରହିଛି। ସାଧାରଣତଃ ପୋଲିସ ଗାଡ଼ି ଖରାପ ହେଲେ କଟକରେ ଥିବା ପୋଲିସ ମୋଟର ପରିବହନକୁ ଅବଗତ କରାଯାଇଥାଏ। ସେଠାରୁ ପାଟର୍‌ସ କିମ୍ବା ଟଙ୍କା ଆସିଲେ ଗାଡ଼ି ମରାମତି କରାଯାଇଥାଏ। କିନ୍ତୁ ଅନୁଗୋଳ ଜିଲା ପୋଲିସର ୫ଟି ଗାଡ଼ି ଅଚଳ ପଡ଼ିଥିଲେ ବି ଏଯାଏ ମରାମତି କରାଯାଉ ନାହିଁ। ଏ ସମ୍ପର୍କରେ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଚଳ ଗାଡ଼ିଗୁଡ଼ିକର ମରାମତି ପାଇଁ ଜିଲା ପୋଲିସ ମୁଖ୍ୟାଳୟରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image