Categories: ଜାତୀୟ

ଡୋଭାଲ ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି: ବିଜୟ ଚୌଧୁରୀ…

ପାଟନା,୧୮।୬ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିବୃତ୍ତି ପରେ ବିହାରରେ ରାଜନୀତି ଆରମ୍ଭ ହୋଇଛି। ଗତକାଲି ଏକ କାର୍ଯ୍ୟକ୍ରମରେ ଅଜିତ ଡୋଭାଲ କହିଥିଲେ ମହାତ୍ମା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରୁଥିବା ନେତାଙ୍କ ମଧ୍ୟରେ ନେତାଜୀ ସୁଭାଷ ବୋଷ ହିଁ ଏକମାତ୍ର ବ୍ୟକ୍ତି। ଅଜିତ ଡୋଭାଲ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କହିଥିଲେ, ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାଆନ୍ତେ, ତେବେ ଦେଶ ବିଭାଜନ ହୋଇ ନ ଥାନ୍ତା। ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏହି ବିବୃତ୍ତିକୁ ନେଇ ବିହାରରେ ରାଜନୀତି ଆରମ୍ଭ ହୋଇଛି। ବରିଷ୍ଠ ଜେଡିୟୁ ନେତା ତଥା ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ଏହି ବିବୃତ୍ତି ନେଇ ଆପତ୍ତି କରିଛନ୍ତି। ସେ କହିଛନ୍ତି ଏହି ବିବୃତ୍ତି ଗାନ୍ଧୀଙ୍କୁ ଛୋଟ ଦେଖାଇବାକୁ କରାଯାଇଛି। ଏହା ଦ୍ୱାରା ଗାନ୍ଧୀଙ୍କୁ ଅପମାନିତ କରାଯାଇଛି। ଅଜିତ ଡୋଭାଲଙ୍କ ଏହି ବିବୃତ୍ତିକୁ ସେ ନିନ୍ଦା କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଶ୍ୱାସୀ ବିବେଚନା କରାଯାଉଥିବା ବିଜୟ ଚୌଧୁରୀ କହିଛନ୍ତି. ଯଦି ଅଜିତ ଡୋଭାଲଙ୍କ ବିବୃତ୍ତିକୁ ଏକାଠି ନିଆଯାଏ, ତେବେ ଏହାର ଅର୍ଥ ହେଉଛି ଗାନ୍ଧୀଙ୍କ କାରଣରୁ ଦେଶ ବିଭାଜିତ ହୋଇଛି ଏବଂ ଯଦି ନେତାଜୀ ଜୀବିତ ଥାଆନ୍ତେ, ତେବେ ଗାନ୍ଧୀଙ୍କ କଥାବାର୍ତ୍ତା କାମ କରି ନ ଥାନ୍ତା। ଏହି ବିବୃତ୍ତି ଦୁର୍ଭାଗ୍ୟଜନକ। ଅଜିତ ଡୋଭାଲଙ୍କ ବକ୍ତବ୍ୟର ପ୍ରତ୍ୟକ୍ଷ ଅର୍ଥ ହେଉଛି ସେ ଗାନ୍ଧୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଭାଜପା ଏହା ଦ୍ୱାରା ଗାନ୍ଧୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି।

ଗାନ୍ଧୀଙ୍କ ସ୍ମୃତିକୁ ଭାରତରୁ ପୃଥକ କରିବା ଭାଜପାର ଏଜେଣ୍ଡା। ସେ ଏପରି ବିବୃତ୍ତିକୁ ଭାଜପାର ଲୁକ୍କାୟିତ ଏଜେଣ୍ଡା ବୋଲି ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ବାପୁଙ୍କ ଏହି ସ୍ମୃତି ଏବଂ ନୀତିକୁ ପ୍ରତ୍ୟାଖ୍ୟାନ କରି ଭାଜପା ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି। ଚୌଧୁରୀ କହିଛନ୍ତି- ’କେବଳ ଗାନ୍ଧୀ ହେତୁ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ ବୋଲି ଭାଜପା ଅନୁଭବ କରୁଛି।

Share