Categories: ଜାତୀୟ

ଚାଇନାକୁ ବୁଦ୍ଧି ଶିଖାଇବେ ଡୋଭାଲ୍

ନୂଆଦିଲ୍ଲୀ,୬।୭: ପାକିସ୍ତାନ ପରେ ଏବେ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଯୋଜନା କରୁଛନ୍ତି। ସୀମା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଅଜିତ୍‌ଙ୍କୁ ସ୍ବତନ୍ତ୍ର ପ୍ରତିନିଧି ଭାବେ ଚାଇନାର ଓ୍ବାଙ୍ଗ୍‌ ୟିଙ୍କ ସହିତ ଆଲୋଚନା ଲାଗି ପଠାଯିବାର ଯୋଜନା ରହିଛି। ଓ୍ବାଙ୍ଗ୍‌ ଏବେ ଚାଇନାର ବହିର୍ବ୍ୟାପାର ମନ୍ତ୍ରୀ ରହିବା ସହିତ ଷ୍ଟେଟ୍‌ କାଉନସିଲର ମଧ୍ୟ ଅଛନ୍ତି। ଅଜିତ୍‌ଙ୍କୁ ଏହି ଦାୟିତ୍ୱ ବୁଝି ବିଚାରି ଦିଆ ଯାଇଥିବା କୁହାଯାଉଛି। ଏହି ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଲେହ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା। ଚାଇନାକୁ ଉଚିତ ଜବାବ୍‌ ଦୋବକୁ ଡୋଭାଲ୍‌ ରଣନୀତି ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷରେ ଆମେରିକା ମଧ୍ୟ ଚାଇନାକୁ ଘେରିବାକୁ ଯୋଜନା କରିଛି। ଏଥିପାଇଁ ଜାପାନଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଆମେରିକା ସୈନ୍ୟ ମୁତୟନ କରିବାକୁ ଯାଉଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧପୋତ ମୁତୟନ ହେବା ପରେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share