Categories: ଜାତୀୟ

ଦିଲ୍ଲୀ ସୀମାରେ ସୁରକ୍ଷା ବଢାଇବାକୁ ଡୋଭାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୨: ସଂସଦ କମ୍ପ୍ଲେକ୍ସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌ ଶ୍ରୀବାସ୍ତବ। ଏହି ଅବସରରେ ଏକ ବୈଠକ ହୋଇଥିଲା। ବୈଠକରେ ଫେବୃୟାରୀ ୬ରେ ଚକା ଜାମ ବିରୋଧ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ-ଏନ୍‌ସିଆର୍‌ରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ହିଂସାର ଯେପରି ପୂନରାବୃତ୍ତି ନ ହୁଏ ସେନେଇ ଗୃହ ମନ୍ତ୍ରୀ ଶାହା ଦିଲ୍ଲୀ ସୀମାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଅତିରିକ୍ତ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୃତୟନ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଅବଗତ କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୬୦ରୁ ଅଧିକ କମ୍ପାନୀ (୬,000 କର୍ମଚାରୀ) ବିଭିନ୍ନ ସୀମାରେ ପୋଲିସକୁ ସାହାଯ୍ୟ କରୁଛନ୍ତି।

Share