ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଫେରାର

ଦିଗପହଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବାରିକସାହିରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଲିଲିମା ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ ନାୟକ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ ଆଣିଛନ୍ତିି। ସନ୍ତୋଷ ଅନ୍ୟ ଏକ ସ୍ତ୍ରୀଙ୍କୁ ବିବାହ କରିଥିବା ନେଇ ଲିଲିମା ପ୍ରତିବାଦ କରିବାରୁ ତାଙ୍କୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଛନ୍ତି। ଲିଲିମାଙ୍କ ଏତଲାକ୍ରମେ ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଥାନା ଏସ୍‌ଆଇ ସ୍ବର୍ଣ୍ଣଲତା ପାତ୍ର ମାମଲାର ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ସନ୍ତୋଷ ଏବଂ ତାଙ୍କ ପରିବାର ଲୋକେ ଫେରାର ଥିବା ଜଣାପଡିଛି।

Share