ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମର ରୀନା ଜେନାଙ୍କ ଅଭିଯୋଗ ମୁତାବକ ୫ ବର୍ଷ ତଳେ ତାଙ୍କ ଝିଅ ବନଲତାଙ୍କୁ ସେହି ଥାନା ଅଧୀନ ବଡ ଆନନ୍ଦପୁର ଗ୍ରାମର କିଶୋର ଜେନାଙ୍କୁ ବାହା ଦେଇଥିଲେ। ବାହାଘର ପରେ ଶାଶୁଘର ଲୋକ ଅଧିକ ଯୌତୁକ ଦାବିରେ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଥିଲେ । ଗତ ୧୭ ତାରିଖରେ ଝିଅ ନିଖୋଜ ହୋଇଥିବା ଜ୍ୱାଇଁ କିଶୋର ଫୋନରେ ଜଣାଇଥିଲେ l ସବୁଆଡେ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ମିଳିନଥିଲାl ୨୦ ତାରିଖରେ ତାର ମୃତଦେହ ସୋର ଥାନା ଅଧୀନ କବୀରପୁର ଘସୁଆଠାରେ ପରିତ୍ୟକ୍ତ ଅବସ୍ଥାରେ ପଡିଛି ବୋଲି ଖବର ମିଳିଥିଲା l ଶାଶୁଘର ଲୋକେ ତାକୁ ମାରିଦେଇ ସେଠାରେ ପକାଇଥିବା ବନଲତାଙ୍କ ମାଆ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି l