ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା,୮।୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲାର ଦଶହରା ମାର୍କେଟରେ କୋଟି କୋଟି ନକଲି ଟଙ୍କା ଛାଡିବାକୁ କଟକରୁ ଆସି କନ୍ଧମାଳ ଜିଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀଙ୍କୁ ଟାର୍ଗେଟରେ ରଖୁଛନ୍ତି।

କଟକ ଜଗତପୁର ଅଞ୍ଚଳର କିଛି ଯୁବକ କନ୍ଧମାଳ ଜିଲାର କିଛି ବେକାର ଯୁବକଙ୍କୁ ଧରି ଟଙ୍କାର ପ୍ରଲୋଭାନ ଦେଖାଇ ଜଙ୍ଗଲ ମଧ୍ୟରେ ନକଲି ନୋଟ ବଜାରରେ ଛାଡିବାକୁ ଯୋଜନା କରିବା ସହ ଟ୍ରାଏଲ ବିଶେଷରେ ୧୦୦,୨୦୦ , ୫୦୦ ଟଙ୍କିଆ ନକଲି ନୋଟ କିଛି ପରିମାଣରେ ବଜାରକୁ ଛାଡିଥିବା ଖବର ମଧ୍ୟ ମିଳିଛି। ଏଥି ପ୍ରତି ଅଞ୍ଚଳର ସମସ୍ତ ବ୍ୟବସାୟୀ ନଜର ରଖିବା ସହ ଏ ସମ୍ପର୍କରେ ଖବର ପାଇଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ କରାଯାଇଛି l ଏ ନେଇ ପୋଲିସ ବିଭାଗ ତରଫରୁ ମଧ୍ୟ ସମଗ୍ର ଜିଲାରେ କଡା ନଜର ରଖାଯାଇଥିବା ବିଷୟ ଜଣାପଡିଛି l

Share