Categories: ବାଣିଜ୍ୟ

ଲାଲ୍‌ଚାନ୍ଦ ଜୁଏଲର୍ସର ଦଶହରା ଅଫର

ଭୁବନେଶ୍ୱର,୨୧।୧୦: ଦଶହରା ଅବସରରେ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ା ଏହି କ୍ରମରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୫୯୯ଟଙ୍କା ରହିଛି ା ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦ ପ୍ରତିଶତ, ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫ ପ୍ରତିଶତ, ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦ ପ୍ରତିଶତ ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛିା ସୂଚନା ଥାଉ କି, ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଦୀର୍ଘ ୩୫ ବର୍ଷ ଧରି ବିଭିନ୍ନ ସମୟରେ ମିଡିଆ ଅଭିଯାନ ଚଳାଇ ଆସୁଛି ା ସୁନାର ଗୁଣବତ୍ତା ଓ ଗ୍ରାହକମାନେ ଠକାମିରୁ ମୁକ୍ତ ରହିବାନେଇ ସଚେତନ କରାଯାଉଛି। କୌଣସି ଅତିରିକ୍ତ ଦେୟ ବା ଲୁକ୍କାୟିତ ସର୍ତ୍ତ ନ ରଖି ଗ୍ରାହକଙ୍କୁ ସର୍ବଦା ସ୍ପଷ୍ଟ ତଥା ସ୍ବଚ୍ଛ ସେବା ପ୍ରଦାନ କରିଆସୁଥିବା ଲାଲ୍‌ଚାନ୍ଦ ପକ୍ଷରୁ କୁହାଯାଇଛି। ସମସ୍ତ ଗହଣା ଉପରେ ଫ୍ଲାଟ୍‌ ମେକିଂ ଚାର୍ଜ ପ୍ରଦାନ କରିବା ସହ ବର୍ତ୍ତମାନ ଲାଲ୍‌ଚାନ୍ଦ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା କ୍ରୟ ଉପରେ ସଚେତନ ଓ ସାବଧାନ କରାଇବା ପାଇଁ ମିଡିଆ କ୍ୟାମ୍ପେନ୍‌ ଜାରି ରଖିଛି।

Share