ଦଳାଚକଟାରେ ଚାଲିଗଲା ୪୦ ଜୀବନ, ୧୦୦ରୁ ଅଧିକ ଆହତ

ଜେରୁଜେଲମ,୩୦।୪: ଉତ୍ତର ଇସ୍ରାଏଲର ଲାଗ ବି’ ମର୍‌ ବୋନଫାୟାର୍‌ ଫେଷ୍ଟିଭାଲ ଅବସରରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଏହି ଫେଷ୍ଟିଭାଲରେ ଦଳଚକଟା ହେବାରୁ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ଭିଡ ଅସମ୍ଭାଳ ହେବାରୁ ଦଳାଚକଟା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି, ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଘଟଣାକୁ ଏକ ବଡ଼ ଦୁର୍ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆମେ ଲୋକଙ୍କ ସଦଗତି ପ୍ରାର୍ଥନା କରୁଛୁ। ଲାଗ ବି’ ମର୍‌ ବୋନଫାୟାର୍‌ ଫେଷ୍ଟିଭାଲ ଇହୁଦୀଙ୍କର ସବୁଠାରୁ ବଡ ଧାର୍ମିକ ପର୍ବ ଭାବରେ ବିବେଚନା କରାଯାଏ। ଆହତମାନଙ୍କ ମଧ୍ୟରୁ ୪୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯିବା ପାଇଁ ୬ଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି।

Share