ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ ଦୀର୍ଘଦିନ ଧରି କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ପୁଣିଥରେ ଧିରେ ଧିରେ ବ୍ୟାପିବା ଆରମ୍ଭ କଲାଣି । ମିଳିଥିବା ସୂଚନା ଅନୁଯାୟୀ, ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଆଣ୍ଟୋନି ଫୌସି ବୁଧବାର (ସ୍ଥାନୀୟ ସମୟ) କରୋନା ସଂକ୍ରମିତ ଥିବା ଜଣାପଡିଛି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ କରୋନାର ସମସ୍ତ ଡୋଜ ତାଙ୍କୁ ଦିଆସରିଛି । ତେବେ ଡା. ଫୌସି ଠିକ ହେବା ପର୍ଯ୍ୟନ୍ତ ଆଇସୋଲେଶନରେ ଘରେ ରହି କାମ କରିବେ । ସେ ସୁସ୍ଥ ହେବା ପରେ ପୁଣିଥରେ କାର୍ଯ୍ୟାଳୟରେ ଯୋଗ ଦେବେ ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍