ଡକ୍ଟର ଆଶିଷ ଘୋଷ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍‌ମେଶନ ଟେକ୍ନୋଲୋଜିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮ା୭(ଅସମାପିକା ସାହୁ): ମାନ୍ୟବର ରାଜ୍ୟପାଳ ତଥା କୁଳପତି ପ୍ରଫେସର ଗଣେଶୀ ଲାଲ୍‌ ଡକ୍ଟର ଆଶିଷ ଘୋଷଙ୍କୁ ଭୁବନେଶ୍ୱରର ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍‌ମେଶନ ଟେକ୍ନୋଲୋଜି ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଦେଇଛନ୍ତି। ଏହା ପୂର୍ବରୁ ସେ କୋଲକାତାର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, ଟେକ୍ନୋଲୋଜି ଇନୋଭେସନ ହବ୍‌, ପ୍ରଫେସର ତଥା ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ଘୋଷଙ୍କର ୨୮ ବର୍ଷ ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୦ ପିଏଚ୍‌ଡି ସ୍କଲାରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରାଇଛନ୍ତି।

Share