କୋଭିଡ-୧୯ର ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିବେ ଡକ୍ଟର ଆଶିଷ ଝା

ଓ୍ବାସିଂଟନ୍‌,୧୮।୩: ଭାରତୀୟ-ଆମେରିକୀୟ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆଶିଷ ଝା ଆସନ୍ତା ମାସରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ-୧୯ର ସଂଯୋଜକ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ସଂଯୋଜକ ନାଟାଲୀ କ୍ୱିଲିଆନ ଆସନ୍ତା ମାସରେ ପ୍ରଶାସନ ଛାଡୁଛନ୍ତି । ହ୍ବାଇଟ ହାଉସ ପକ୍ଷରୁ ଗୁରୁବାର ଦିନ ଏହି ଘୋଷଣା କରାଯାଇଛି ।

ବାଇଡେନ କହିଛନ୍ତି ଯେ, ଯେତେବେଳେ ଆମେ ମହାମାରୀର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁ, କୋଭିଡ-୧୯ର ପ୍ରସ୍ତୁତି ଏବଂ କୋଭିଡ୍‌ ବିପଦ ପରିଚାଳନା ପାଇଁ ଡକ୍ଟର ଝା ଏହି କାର୍ଯ୍ୟ ପାଇଁ ପ୍ରକୃତ ବ୍ୟକ୍ତି ଅଟନ୍ତି । କୋଭିଡ ସହ ମୁକାବିଲା ପାଇଁ ଆମେରିକା ନିରନ୍ତର ଉଦ୍ୟମକୁ ଆଗେଇ ନେଉଛି ବୋଲି ବାଇଡେନ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଅନ୍ୟ ଦେଶ ଅପେକ୍ଷା ଅନ୍ୟ ଦେଶକୁ ଅଧିକ ମାଗଣା ଟିକା ପ୍ରଦାନ କରୁଛି।

Share