ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରିଛନ୍ତି । ଗତ ୧୫ବର୍ଷ ହେବ ସେ ବିଜେଡି ସହିତ ଜଡ଼ିତ ଥିଲେ। ତେବେ କେଉଁ କାରଣରୁ ସେ ବିଜେଡି ଛାଡ଼ିଛନ୍ତି ସେ ବିଷୟରେ କିଛି ପତ୍ରରେ ଉଲ୍ଲେଖ କରିନାହାନ୍ତି

ସେହିପରି କିଛିଦିନ ପୂର୍ବରୁ କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳରୁ ଇସ୍ତଫା ଦେଇଥିଲେ ଯୁବ ନେତା କିରଣ କୁମାର ପ୍ରଧାନୀ। ସେ ତାଙ୍କ ଇସ୍ତଫାପତ୍ରକୁ ଜିଲା ଛାତ୍ର ସଭାପତି ଅଜିତ କୁମାର ସାହୁଙ୍କୁ ପଠାଇଥିଲେ। ଗତ ୨୦୧୪ ମସିହାରୁ ସେ ବିଜୁ ଛାତ୍ର ଜନତା ଦଳର ଜିଲା ସୋସିଆଲ ମିଡିଆ ଦାୟିତ୍ୱ ତୁଲାଇ ଆସୁଥିବାବେଳେ ବିଜେଡିର ପ୍ରାଥମିକ ସଦସ୍ୟ ମଧ୍ୟ ରହିଥିଲେ। ଗତ ବର୍ଷେ ହେଲା ଦଳ ତାଙ୍କୁ ଜାଣିଶୁଣି ଅବହେଳା କରୁଥିବାରୁ ଶେଷରେ ସେ ଦଳ ଛାଡ଼ିଥିବା କହିଥିଲେ।

ଅନ୍ୟପକ୍ଷରେ ଜଣଙ୍କ ପରେ ଜଣେ ଦଳରୁ ଇସ୍ତଫା ଦେଇ ଚାଲିଥିବାବେଳେ ବିଜେଡିର ଶକ୍ତି କମୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଓଡ଼ିଶାକୁ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ...

୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ...

କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବା ଜାରି ରହିଛି। ଏହିପରି କାର୍ଯ୍ୟ ପୁଣିଥରେ...

ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…

କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍‌): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍‌ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର...

ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର...

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର...

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri