ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର କରୋନା ପଜିଟିଭ ଚିହ୍ନଟ

ପୁରୁଷୋତ୍ତମପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ବୁଧବାର ରାତିରେ ତାଙ୍କୁ କୋଭିଡି ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି। ପରେ ଗୁରବାର ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଥିବା ବେଳେ ପ୍ରଶାସନକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଇଦିଆଯାଇଛି।

Share