Categories: ବାଣିଜ୍ୟ

ଡା. ଅର୍ଥୋ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌

ନୂଆଦିଲ୍ଲୀ,୪।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ଡା. ଅର୍ଥୋକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଡା. ଅର୍ଥୋକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ-୨୦୨୩ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ମାର୍କସମ୍ୟାନ ଡେଲି ଟିମ୍‌ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡା. ଅର୍ଥୋ ବ୍ରାଣ୍ଡ୍‌ ପାଇଁ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ରାଧିକା ଚିମାଙ୍କୁ ଉକ୍ତ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ଏପରିକି ସଂସ୍ଥାର ମିଶନ ଅନୁଯାୟୀ କାର୍ଯ୍ୟ କରୁଥିବା ଏବଂ ଦେଶର ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନରେ ଯୋଗଦାନ ରଖିଥିବା ୫୦ ପ୍ରମୁଖ ପ୍ରତିଷ୍ଠାନକୁ ସଂସ୍ଥା ପକ୍ଷରୁ ଚୟନ କରାଯାଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଅବଦାନ ଓ ଗ୍ରାହକଙ୍କ ଚାହିଦା ପୂରଣ କରୁଥିବା ବେଳେ ଗୁଣାତ୍ମକ ଉତ୍ପାଦ ଓ ପ୍ରିମିୟମ କ୍ୱାଲିଟିର ସାମଗ୍ରୀ ବଜାରରେ ଉପଲବ୍ଧ କରାଉଛି। ସେହିଭଳି ବ୍ରାଣ୍ଡ୍‌ରେ ଦକ୍ଷ ଓ ଅଭିଜ୍ଞ କର୍ମଚାରୀ ଏବଂ ସର୍ବୋତ୍ତମ ଗ୍ରାହକ ସେବା ଆଦି ପାଇଁ ବ୍ରାଣ୍ଡ୍‌କୁ ଏଭଳି ଏକ ଜାତୀୟସ୍ତରର ସମ୍ମାନ ଦିଆଯାଇଛି। ଦିଭିସା ଗ୍ରୁପ୍‌ର ଡା. ଅର୍ଥୋ, ପେଟସଫା, ରୂପମନ୍ତ୍ରା ଏବଂ ସଚ୍ଚୀ ସହେଲୀ ଭଳି ଅନେକ ଲୋକପ୍ରିୟ ବ୍ରାଣ୍ଡ୍‌ର ବଜାର ଚାହିଦା ଆଜି ମଧ୍ୟ ବେଶ୍‌ ଉଚ୍ଚରେ ରହିଛି।

Share