ଡ. ସଂଘମିତ୍ରା ମିଶ୍ର ପାଇବେ ‘ସରଳା ଦେବୀ ପୁରସ୍କାର’

ଭୁବନେଶ୍ୱର,୭।୮ (ବନ୍ଦନା ସେଠୀ): ସାହିତ୍ୟ ସମାଲୋଚିକା ପ୍ରଫେସର ଡ. ସଂଘମିତ୍ରା ମିଶ୍ରଙ୍କୁ ଚଳିତ ବର୍ଷର ‘ସରଳା ଦେବୀ’ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୧୦ହଜାର ନଗଦ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ବୋଲି ସରଳା ଦେବୀ ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୯ରେ ସରଳା ଦେବୀଙ୍କ ୧୨୦ତମ ଜନ୍ମଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସରେ ସୂଚନା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ତଥା ସାହିତି୍ୟକ ଡ. ରବିନାରାୟଣ ସେନାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ସୂଚନା ଦେଇଛନ୍ତି।

Share