Categories: ବାଣିଜ୍ୟ

ଡ. ଶେଷ କିଷାନ ଫାର୍ମାର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ଓଡ଼ିଶାର ବହୁ ଚର୍ଚ୍ଚିତ ତଥା ମେଧାବୀ ଛାତ୍ର ଶେଷ କିଷାନଙ୍କ ସ୍ବପ୍ନ ଆଜିଠାରୁ ବାସ୍ତବ ରୂପରେ ସାକାର ହୋଇଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ ଲିମିଟେଡ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେଉଥିବା ବେଳେ ଆଜିଠାରୁ ଡ. ଶେଷ କିଷାନ ଫାର୍ମା ପ୍ରଡକ୍ଟର ଶୁଭାରମ୍ଭ ସହ ବଜାର ପ୍ରବେଶ ହେଉଛି। ଏ ସମ୍ପର୍କରେ ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ଡ. ଶେଷ କିଷାନ, କହିଥିଲେ ରାଜ୍ୟରେ ଉପଲବ୍ଧ ହେଉଥିବା ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ କମ୍ପାନୀର ଉତ୍ପାଦଠାରୁ ଏହା ବେଶ ଉପକାରୀ ହୋଇଥିବାବେଳେ କମ୍ପାନୀ ଗୁଣାତ୍ମକ ସାମଗ୍ରୀ ଓ ସରକାରୀ ନିୟମାବଳୀ ଅନୁଯାୟୀ ଉତ୍ପାଦଗୁଡିକୁ ପ୍ରସ୍ତୁତି ସହିତ ବଜାରରେ ଉପଲବ୍ଧ କରାଇବ।
ବର୍ତ୍ତମାନ ଓଡ଼ିଶାର ୧୦ ପ୍ରମୁଖ ଜିଲାରେ ଫାର୍ମାର ଉତ୍ପାଦଗୁଡିକ ଉପଲବ୍ଧ । ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ ଲିମିଟେଡର ଉପ ନିର୍ଦ୍ଦେଶକ (ଡେପୁଟି ଡାଇରେକ୍ଟର) ଜୟଶ୍ରୀ ଜେନା ଏବଂ ମ୍ୟାନେଜର ବାସୁଦେବ କିଷାନ ପ୍ରମୁଖ ଉପସ୍ଥିତ ଥିଲେ।

Share