Advertisement

ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା

ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଧାରଣା ଜାରି ରଖିଥିବା ବେଳେ ସୋମବାର ରାତିରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ କିଛି ମହିଳା ତନସ୍ବିନୀଙ୍କୁ ନ୍ୟାୟ ଦାବି କରି ଡାକ୍ତର ସୁମିତଙ୍କ ଘର ମୁଖ୍ୟ ଗ୍ରୀଲ ଭାଙ୍ଗି ଭିତରେ ପଶିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାଶୁଝା କରୁଛି। ହେଲେ ମହିଳାମାନେ ତପସ୍ବିନୀଙ୍କୁ ଘରେ ରଖିବାକୁ ଜିଦ୍‌ ଧରି ବସିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share