ଡ. ସୁନୀତି ମୁଣ୍ଡ୍‌ ଭାଜପାର ମେୟର ପ୍ରାର୍ଥୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏବେ ଭାଜପା ମଧ୍ୟ ତା’ର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମହାନଗର ନିଗମ  ପାଇଁ ଲେଖିକା ଡକ୍ଟର ସୁନୀତି ମୁଣ୍ଡ୍‌ଙ୍କୁ ପ୍ରାର୍ଥୀ କରିଛି ଭାଜପା। ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍‌ କରି ସୁନୀତିଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ।

Share