Categories: ବାଣିଜ୍ୟ

ଡ. ମୀନକେତନଙ୍କୁ ଟାଇମ୍ସ ବିଜ୍‌ନେସ୍‌ ଆୱାର୍ଡ

ଭୁବନେଶ୍ୱର,୧୧।୧୧ : ରାଜ୍ୟର ପ୍ରମୁଖ ଘରୋଇ ବିଦ୍ୟାଳୟ ‘ଓଡିଏମ୍‌ ପବ୍ଲିକ୍‌ ସ୍କୁଲ’ର ଅଧ୍ୟକ୍ଷ ତଥା ଓଡିଏମ୍‌ ଏଜୁକେଶନାଲ ଫାଉଣ୍ଡେଶନ ଏବଂ ହେଲ୍‌ଥଭିଲେ୍‌ର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏହି ସମ୍ମାନଜନକ ଟାଇମ୍ସ ବିଜ୍‌ନେସ୍‌ ଆୱାର୍ଡ-୨୦୨୩’ସମ୍ମାନ ସମାରୋହ ଉତ୍ସବରେ ଡ. ସତ୍ୟବ୍ରତ ମୀନକେତନଙ୍କୁ ଟାଇମ୍ସ ବିଜ୍‌ନେସ୍‌ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଅପରପକ୍ଷରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ରାଜ୍ୟରେ ପ୍ରଥମ ଘରୋଇ ସ୍କୁଲ ବର୍ଗରେ ଶ୍ରେଷ୍ଠ ସ୍ଥାନ ପାଇଁ ଚୟନ ହୋଇଥିବାରୁ ଓଡିଏମ୍‌ ଏଜୁକେଶନାଲ ଫାଉଣ୍ଡେଶନ ଏବଂ ହେଲ୍‌ଥଭିଲ୍‌ର ଚେୟାରମ୍ୟାନ ଡ.ସତ୍ୟବ୍ରତ ମୀନକେତନଙ୍କୁ ଉପରୋକ୍ତ ସମ୍ମାନ ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ସୁପରଷ୍ଟାର ଡ. ବୋମାନ୍‌ ଇରାନୀଙ୍କ ଠାରୁ ମୀନକେତନ ଏହି ଆୱାର୍ଡ ଗ୍ରହଣ କରିଛନ୍ତି। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡ. ମୀନକେତନଙ୍କୁ ଉକ୍ତ ସମ୍ମାନ ଦିଆଯାଇଛି। ଏହା ପୂର୍ବରୁ ସେ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ ତଥା ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

Share