ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ହାଇଦ୍ରାବାଦ ସୋଜାଇଗୁଡାରେ ଅବସ୍ଥିତ ପାର୍କ ହୋଟେଲରେ ରବିବାର ଗ୍ଲୋବାଲ ହେଲ୍‌ଥ କେୟାରଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଡାଇଗ୍ନୋଷ୍ଟିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲାର ଡାକ୍ତର ତୁଷାର ମେହେରଙ୍କୁ ଚଳିତ ବର୍ଷ ପାଇଁ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡରେ ସମ୍ମାନିତ କରାଯାଇଛି।

ଏହି ପୁରସ୍କାରକୁ କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ ପ୍ରଦାନ କରିଥିଲେ। ଡାକ୍ତର ତୁଷାର ୨୦୧୭ରୁ ୨୦୨୩ ଯାଏ ଛତିଶଗଡ଼ର ଦୁର୍ଗ ଓ ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଡାଇଗ୍ନୋଷ୍ଟିକ ସେବା ଆରମ୍ଭ କରି ଲୋକଙ୍କୁ ସେବା ଯୋଗାଇବା ସହ ଏହି ସମ୍ପର୍କରେ ସଚେତନତା କରୁଛନ୍ତି।

ବିଶେଷ କରି ଜିଲାର ଦୁର୍ଗମ ଆଦିବାସୀ ଗରିବ ଶ୍ରେଣୀର ଲୋକେ ଡାଇଗ୍ନୋଷ୍ଟିକ ସେବା ପାଇ ଉପକୃତ ହେଉଛନ୍ତି। ଏହି ପୁରସ୍କାର ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଡାକ୍ତର ତୁଷାରଙ୍କ ଘର କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମରେ ହୋଇଥିବା ବେଳେ ସେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ

ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri