ଶ୍ରୀଲଙ୍କାରେ ଡ୍ରାଗନ ସୈନ୍ୟ…

କଲମ୍ବୋ,୫।୭: ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଲାଗି ଚାଇନା ଉଦ୍ୟମ ଅବ୍ୟାହତ ରଖିଛି। ପୂର୍ବରୁ ପାକିସ୍ତାନରେ ଡ୍ରାଗନ ସୈନ୍ୟ ନିଜର ସଂଖ୍ୟା ବୃଦ୍ଧି କରିସାରିଛି। ନିଜର ବିସ୍ତାରବାଦୀ ଯୋଜନା ଆଧାରରେ ଚାଇନା ଏଭଳଳି କାର୍ଯ୍ୟ ଜାରି ରଖଛି। ଏବେ ଶ୍ରୀଲଙ୍କାରେ ଏଭଳି କାର୍ଯ୍ୟ ଜାରି ରହିଛି। ଶ୍ରୀଲଙ୍କାର ହମ୍ବନଟୋଟା ନିକଟରେ ଏକ ପୋଖରୀରେ କିଛି ଚାଇନା ସୈନ୍ୟ ପାରମ୍ପରିକ ପୋଷାକ ପିନ୍ଧି ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଚାଇନା ସୈନ୍ୟଙ୍କ ଏଭଳି କାର୍ଯ୍ୟ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଇନା କଲମ୍ବୋ ପୋର୍ଟ ସିଟି ପ୍ରୋଜେକ୍ଟକୁ ମଧ୍ୟ ୯୯ ବର୍ଷ ଲାଗି ନିଜ ଦଖଲରେ ରଖିଛି। ଚାଇନା ସୈନ୍ୟ ପାରମ୍ପରିକ ପୋଷାକରେ ରହି ଶ୍ରୀଲଙ୍କା ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଶ୍ରୀଲଙ୍କା ର ପ୍ରଚଳିତ ଆଇନ ଅନୁସାରେ ଜାତୀୟ ସୈନ୍ୟ ବାହିନୀରେ କାମ କରୁ ନ ଥିବା ଲୋକେ ମିଲିଟାରୀ ପୋଷାକ ପିନ୍ଧିବା ଅବା ଏହାକୁ ରଖିବା ଏକ ଅପରାଧ। ଏଭଳି ବ୍ୟକ୍ତିଙ୍କୁ ଗିରଫ କରାଯାଇ ତାଙ୍କ ପ୍ରତି ଦେଶର ଆଇନ ଅନୁସାରେ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି।

Share