Categories: ଫୁରସତ

ଡ୍ରାଗନ୍‌ ଗର୍ଲ ହେବାକୁ ଖର୍ଚ୍ଚ କଲେ ୯୦ ଲକ୍ଷ

ପ୍ରତେକ ଲୋକଙ୍କର ସଉକ ଭିନ୍ନ ପ୍ରକାରର ରହିଥାଏ। କିଏ ଖାଇବାକୁ ପସନ୍ଦ କରେ ତ ଆଉ କିଏ କିଛି ଭିନ୍ନ କରି ଦେଖାଇବାକୁ। ଏଥିପାଇଁ ସେମାନଙ୍କୁ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁ ଅଥବା ପରିଶ୍ରମ ପଡ଼ୁ ସେମାନେ ସେଥିରୁ ପଛାଇ ନ ଥାନ୍ତି। ଏମିତି ଜଣେ ଝିଅ ହେଲେ ବ୍ରିସ୍‌ବେନ୍‌ର କୁଇନ୍ସଲ୍ୟାଣ୍ଡରେ ରହୁଥିବା ଅମ୍ବର ଲୁକି। ଟାଟୁ କରିବା ଅମ୍ବରଙ୍କର ଭାରି ପସନ୍ଦ। ଏଥିପାଇଁ ସେ ଏତେ ପାଗଳ ଯେ ନିଜ ଶରୀରରେ ୬ଶହରୁ ଅଧିକ ଟାଟୁ କରିସାରିଛନ୍ତି। ଏଥିସହ ସେ ନିଜ ଆଖିକୁ ମଧ୍ୟ ନୀଳ ରଙ୍ଗ କରିଛନ୍ତି। ଏଥିପାଇଁ ଅମ୍ବରଙ୍କୁ ୩ ସପ୍ତାହ ପର୍ଯ୍ୟନ୍ତ କିଛି ଦେଖାଯାଇ ନ ଥିଲା। ଡ୍ରାଗନ ଗର୍ଲ ହେବା ନିଶାରେ ସେ ନିଜ ଜିଭକୁ ଦୁଇ ଫାଳ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ଶରୀରର ସମସ୍ତ ପାର୍ଟର ସର୍ଜରୀ ମଧ୍ୟ କରିସାରିଛନ୍ତି। ଏଥିପାଇଁ ଅମ୍ବର ୯୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି। ଅମ୍ବର ନିଜ ଶରୀରରେ ୬ଶହ ଟାଟୁ କରିବା ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟ ଅର୍ଥ ସେ ନିଜ ବଡ଼ି ମୋଡିଫିକେଶନରେ ଯେପରି ଓଠ, କାନ, ବ୍ରେଷ୍ଟ, ଗାଲ ଆଦି ସର୍ଜରୀରେ ଖର୍ଚ୍ଚ ହୋଇଛି। ଏଥିପାଇଁ ଅମ୍ବର ଏବେ ଚର୍ଚ୍ଚାରେ ରହିଛନ୍ତି।

Share