Categories: ଜାତୀୟ

ଡ୍ରାଗନ ପୁଣି ଦେଖାଇଲା ନାଲିଆଖି: ଯେତିକି ପାଇଲା ସେତିକିରେ ଖୁସି ରହୁ ଭାରତ…

ଲଦାଖ,୧୮।୪: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖ ଅଞ୍ଚଳରେ ସୀମା ବିବାଦ ଥମିବାର ନାଁ ଧରୁନି। ଏବେ ଡ୍ରାଗନ ଭାରତକୁ ପୁଣି ନାଲିଆଖି ଦେଖାଇଛି। ଏବେ ଚାଇନା ହଟ୍‌ ସ୍ପ୍ରିଙ୍ଗ୍‌, ଗୋଗ୍ରା ଏବଂ ଡେସପାଙ୍ଗ୍‌ ଅଞ୍ଚଳରୁ ହଟିବାକୁ ମନା କରିଛି। ଚାଇନା କହିଛି ଯେ, ଭାରତକୁ ଯେତିକି ମିଳିଛି ସେତିକିରେ ଖୁସି ରହିବା ଆବଶ୍ୟକ। ୯ ଏପ୍ରିଲ୍‌ରେ ଦୁଇ ଦେଶ ମଧ୍ୟରେ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ସୀମା ବିବାଦ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଆଲୋଚନ ହୋଇଥିଲା। ହଟ୍‌ ସ୍ପ୍ରିଙ୍ଗ୍‌, ଗୋଗ୍ରା ଏବଂ ଡେସପାଙ୍ଗ ଅଞ୍ଚଳରୁ ହଟିବା ପାଇଁ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଏବେ ଚାଇନା ନାଲିଆଖି ଦେଖାଇବା ଆରମ୍ଭ କରିଛି।

Share