Categories: ଜାତୀୟ

ଧରା ପଡ଼ିବ ଡ୍ରାଗନର ଚାଲାକି: ଲଦାଖରେ ସ୍ଥାପିତ ହେବ ୧୩୪ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ

ଲେହ, ୨୭।୬: ଲଦାଖରେ ଏଣିକି ଚାଇନାର ଚାଲାକି ଆଉ ଚଳିବନି। ଏଠାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ୧୩୪ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ ସ୍ଥାପନ କରାଯିବ। ସ୍ଥାନୀୟ ୫୭ ଗାଁରେ ସଞ୍ଚାର ବ୍ୟବସ୍ଥାକୁ ବିକଶିତ କରାଯିବ। ଇତିମଧ୍ୟରେ ୨୪ଟି ମୋବାଇଲ୍‌ ଟାଓ୍ବାର ସ୍ଥାପନ ପାଇଁ ଅନୁମତି ମିଳିସାରିଛି। ଖୁବ୍‌ ଶୀଘ୍ର ୨୫ ଟାଓ୍ବାର ସ୍ଥାପନର ଅନୁମତି ମିଳିଯିବ ବୋଲି ଲଦାଖର କାର୍ଯ୍ୟନିର୍ବାହୀ ପରାମର୍ଶଦାତା କୁନଚୋକ୍‌ ଷ୍ଟାଞ୍ଜି ସୂଚନା ଦେଇଛନ୍ତି। ଏଲଏସି ନିକଟବର୍ତ୍ତୀ ଗାଁଗୁଡ଼ିକର ଖବର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖର ଯୋଗାଯୋଗ ବ୍ୟବସ୍ଥା ଲାଗି ମୋଟ ୩୩୬.୮୯ କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ କେବଳ ଲଦାଖରେ ୫୭.୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।

Share