ଡ୍ରାଗନ୍‌ର ରହସ୍ୟମୟ ‘ଏରିଆ-୫୧’, ଏୟାରବେସ୍‌ ନିର୍ମାଣ ରହିଛି ଜାରି…

ବେଜିଂ,୩।୭: ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ଏୟାର ବେସ୍‌ ନିର୍ମାଣ କାର୍ଯ୍ୟର ସାଟେଲାଇଟ୍‌ ଫଟୋକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋପ୍‌ ନୁର୍‌ ମରୁଭୂମି ଅଞ୍ଚଳରେ ଚାଇନା ଅତ୍ୟାଧୁନିକ ଏୟାର ବେସ୍‌ ନିର୍ମାଣ କରୁଥିବା ଘଟଣାର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ଏହି ରହସ୍ୟମୟ ଅଞ୍ଚଳକୁ ‘ଏରିଆ-୫୧’ଭାବେ ନାମିତ କରାଯାଇଛି। ଗୁପ୍ତ ଭାବେ ନିର୍ମିତ ହେଉଥିବା ଏହି ଏୟାରବେସ୍‌ ଭାରତଠାରୁ ୧୩୦୦ କିଲୋମିଟର ଦୂରରେ ରହିଛି। ଏଠାରେ ବିଭିନ୍ନ ମହାକାଶ ସମ୍ପର୍କିତ କାର୍ଯ୍ୟ ଗୁପ୍ତ ଭାବରେ ସମ୍ପନ୍ନ ହେଉଥିବା କୁହାଯାଉଛି। ୨୦୧୬ଠାରୁ ଚାଇନା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ ‘ଏରିଆ-୫୧’ ନାମକ ଏକ ଅଞ୍ଚଳ ବାୟୁସେନାର ନିୟନ୍ତ୍ରଣରେ ରହିଛି। ଏଠାରେ ଏଲିଅନ୍‌ଙ୍କ ଅସ୍ତିତ୍ୱ ଥିବାନେଇ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ସମୟରେ ବହୁ ଚର୍ଚ୍ଚା ହୋଇଥାଏ। ‘ଏରିଆ-୫୧’ ଥିବା ନେଇ ଆମେରିକା ସରକାର ସ୍ବୀକାର ମଧ୍ୟ କରିଛନ୍ତି। ଏଠାରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି।

Share