ଡ୍ରାଗନର ମହାକାଶ ଜୟ ଲକ୍ଷ୍ୟ, ପୃଥିବୀ କକ୍ଷରେ ବିଶାଳକାୟ ମୂଳଦୁଆ ନିର୍ମାଣ ପ୍ରସ୍ତୁତି…

ବେଜିଂ,୨।୯: ପୃଥିବୀର କକ୍ଷପଥରେ ବହୁ କିଲୋମିଟରର ବ୍ୟାପି ଏକ ବିଶାଳ ସହର ନିର୍ମାଣ ଯୋଜନା ଏବେ ଚାଇନା ପକ୍ଷରୁ କରାଯାଇଛି। ଏନେଇ ବିଶାଳକାୟ ମୂଳଦୁଆ ନିର୍ମାଣ ଲାଗି ଡ୍ରାଗନ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଉଡ଼ନ୍ତା ସହର ଦ୍ୱାରା ମହାକାଶ ଜୟ କରିବାକୁ ଚାଇନା ଲକ୍ଷ୍ୟ ରଖିଛି। ଏହି ସହରରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ପର୍ଯ୍ୟଟନ କମ୍ପ୍ଲେକ୍ସ, ଗ୍ୟାସ ଷ୍ଟେସନ ଠାରୁ ଆରମ୍ଭ କରି ଆଷ୍ଟେରଏଡରେ ଖଣି ଖନନ ଆଦି ସୁବିଧା ରଖାଯିବ। ଚାଇନାର ଜାତୀୟ ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଏନେଇ ଏକ ୫ ବର୍ଷିଆ ଯୋଜନା ଘୋଷଣା କରିଛି। ଏହା ସହିତ ଗବେଷକଙ୍କୁ ଆବଶ୍ୟକ ଟେକ୍ନୋଲୋଜିର ବିକାଶ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
ସହର ନିର୍ମାଣରେ ହାଲୁକା ଓଜନ ସାମଗ୍ରୀ ବ୍ୟବହାର କରାଯିବ। ଯାହା ଦ୍ୱାରା ରକେଟ ସହାୟତାରେ ଏହାକୁ ପୃଥିବୀର କକ୍ଷପଥରେ ଅବତରଣ କରାଯାଇପାରିବ।

ସହରର ପ୍ରଥମ ପ୍ରକଳ୍ପ ପାଇଁ ୨୦୩୫ ସୁଦ୍ଧା ଚାଇନା ଏକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହି କେନ୍ଦ୍ରର ୧ ମାଇଲ ପରିମିତ ମହାକାଶରେ ନିର୍ମିତ ହେବ। ଏହି ବିଦ୍ୟୁତ୍‌ କେନ୍ଦ୍ର ଚାଇନାର ଗ୍ରୀଡ କୁ ଶକ୍ତି ଯୋଗାଇବ। ସେହିପରି ଅନ୍ୟାନ୍ୟ ପ୍ରକଳ୍ପରେ ୧ ମାଇଲରୁ ଅଧିକ ବଡ଼ ଅର୍ବିଟାଲ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏହା ନିକଟରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ରହିବ। ସ୍ପେସ୍‌ ଷ୍ଟେଶନର ପ୍ରସ୍ଥ ୩୫୦ ଫୁଟ ପର୍ଯ୍ୟନ୍ତ ବିସ୍ତାରିତ ହେବ।

ଏଭଳି ଯୋଜନା ମାଧ୍ୟମରେ ଚାଇନା ଆମେରିକାର ନାସାକୁ ଚ୍ୟାଲେଞ୍ଜ୍‌ କରିବାକୁ ଚାହୁଁଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ନାସା ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କ ସହଯୋଗରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଚଳାଉଛି। ବର୍ତ୍ତମାନ ଏହି ସ୍ପେସ ଷ୍ଟେସନରେ ୭ ଜଣ ମହାକାଶଚାରୀ ଅଛନ୍ତି। ତେବେ ସହର ନିର୍ମାଣ ସମ୍ପର୍କରେ ଜାତୀୟ ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ କୌଣସି ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri