Advertisement

ଗାଁ ଦାଣ୍ଡରେ ଜମୁଛି ଡ୍ରେନ୍‌ ପାଣି, ରାସ୍ତାକୁ ଓହ୍ଲାଇଲେ ଲୋକେ

ତୁମୁଡ଼ିବନ୍ଧ,୧୮ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ତିଆରି କରାଯାଇଥିବା ଡ୍ରେନ୍‌ ପାଣି ଗାଁରେ ପଶିଯିବାରୁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏନେଇ ଗୁରୁବାର ପୂର୍ବାହ୍ନରେ ତୁମୁଡିବନ୍ଧଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୭ନମ୍ବର ରାଜ୍ୟ ରାଜପଥ ବୁଡାପଡ଼ା ଛକଠାରେ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଉଭୟ ପାଶର୍‌ବରେ ଯାନବାହନ ଅଟକି ରହିଥିଲା। ତେବେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକରୀ ବନ ବିହାରୀ ହରପାଲ, ତୁମୁଡ଼ିବନ୍ଧ ଅତିରିକ୍ତ ତହସିଲଦାର, ତୁମୁଡ଼ିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତା ଅବରୋଧ ହଟିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share