Advertisement

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି, ସାଧାରଣରେ ଅସନ୍ତୋଷ

ଦେବଗଡ଼,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସହରର ୧୧ ନଂ ଓ୍ବାର୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟ ଓ ଜିଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ରାସ୍ତା ଉପରେ ଡ୍ରେନ୍‌ ପାଣି ଭାସୁଛି। ଯାହା ଫଳରେ ପ୍ରତ୍ୟେକ ଦିନ ଯାଉଥିବା ଶତାଧିକ ଛାତ୍ରୀଛାତ୍ର ଅବିଭାବକ ଓ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରିକି ଛୋଟବଡ଼ ଦୁର୍ଘଟଣା ଘଟୁଥିବା ବି ଦେଖିବାକୁ ମିଳୁଛି। ନିଜେ ଜିଲାପାଳ ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ନିଜ ସରକାରୀ ବାସଭବନକୁ ଯାଉଥିଲେ ହେଁ କିପରି ନଜର ପଡୁନି ତାହା ଆଶ୍ଚର୍ଯ୍ୟର ବିଷୟ। ଡ୍ରେନ୍‌ଟି ଅଧାରୁ ବନ୍ଦ ଥିବାରୁ ପାଣି ରାସ୍ତା ଉପରେ ଯାଉଛି, ଏହିପରି ରାସ୍ତା ଉପରେ ପାଣି ଗଲେ ଆଉ କିଛି ଦିନ ପରେ ରାସ୍ତା ମଧ୍ୟ ପିଚୁ ଉଠି ରାସ୍ତା ଖରାପ ହୋଇଯିବ। ଜିଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଓ୍ବାର୍ଡବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share